ଅନ୍ଧ ଦୁନିଆଁ
ଅନ୍ଧ ଦୁନିଆଁ
ପସରା ମେଲିଛି ପାପ ଅପରାଧ
କୁହୁଳୁଛି କଳା ଧୂଆଁ
ଆଇନ ଯାଉଛି ଅଘାଟେ ଅବାଟେ
ନାଚାର ଅନ୍ଧ ଦୁନିଆଁ ।
ଗିଳିବାକୁ ନିଆଁ ଲାଗେ ନାହିଁ ଡ଼ର
ବଢ଼ି ଚାଲେ ପ୍ରାଦୁର୍ଭାବ
ବଢ଼ଏ କ୍ଷମତା ଧନ ପ୍ରତିପତ୍ତି
ଅସାଧୁ ଅସୁର ବଳ ।
ଛତ୍ରଛାୟା ତଳେ ଚାଲେ ନିରଙ୍କୁଶ
ତାମସା ଅରାଜକତା
ପ୍ରମାଦ ଗଣନ୍ତି ସାଧୁ ସାଧାରଣ
ମାତବର ଗାତମୂଷା ।
ଲାଞ୍ଚ ଜମାଖୋରୀ ଡକାୟତି ଚୋରୀ
ବଢେ ହତ୍ୟା ବଳାତ୍କାର
ଘର ପରିବାର ସମାଜ ସ°ସ୍କୃତି
ହୋଇଯାଏ ଛାରଖାର ।
ସାଧୁ ଗୁଣୀ ଜନ ବୟବୃଦ୍ଧ ଶିଶୁ
ପାଆନ୍ତି ନାହିଁ ଆଦର
ଅର୍ଥ ବାହୁବଳ କ୍ଷମତା ନିଶାରେ
ମଣିଷ ବଦ୍ଧ ପାଗଳ ।
ଏ ଅପସ°ସ୍କାର ପ୍ରକୃତି ବିରୋଧୀ
ବିନାଶକ ବିଧ୍ୱ°ସକ
ପାପ ଅନ୍ଧକୂପେ ମାରିବ ବୁଡାଇ
କାଳକୂଟ ମାରାତ୍ମକ ।
ଉଦ୍ଦୀପ୍ତ ହେଉ ଜ୍ଞାନ ସୂର୍ଯ୍ୟାଲୋକ
ସଚେତନ ପୁଣ୍ୟ ମତି
ସ୍ୱଚ୍ଛନ୍ଦୁ ଜୀବନ ମୁକତି ଆନନ୍ଦେ
ବିରାଜୁ ସତ୍ୟ ପ୍ରଶାନ୍ତି ।

