Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Behera

Abstract

4.0  

Sachidananda Behera

Abstract

ଅନ୍ଧ ଭ୍ରମର

ଅନ୍ଧ ଭ୍ରମର

2 mins
279



ହେ ଭ୍ରମର ତୁ ଉଡି ଯା

ଯା ଉଡିଯା ଦୂର ଆକାଶକୁ,

ଚୁମ୍ବିଦେ ଯାଇ ଗଗନର

ସେହି ସୁମଧୁର ଶୋଭାକୁ।।


ଯା ଚାଲିଯା ଦୂର ଦେଶକୁ

ଉଡ଼ିଉଡ଼ି ଚାଲିଯା ଏ ଜଗତରୁ,

ଏ ଜଗତ ଖାଲି ମୋହମାୟା

ବାହାରିଯା ତୁ ଏ ବିଷକୁମ୍ଭରୁ।।


ତୁ ଲାଗିପଡ଼ ତୋ କାର୍ଯ୍ୟରେ

ଭୁଲିଯାଇ ତୋ ସ୍ଥାନତା,

କେବଳ ଏତିକି ଜାଣିଥା 

ତଳେ ଭୂମି ଉପରେ ଶୂନ୍ୟତା।।


ଏ ମୋହମାୟା ସଂସାରରୁ

ଯା ଚାଲି ଅନ୍ୟ ଆଡେ,

ମେଲେଇ ଦେ ତୋ ଡେଣା

ଚାଲିଯା ଏ ପବନ ନେଉଛି ଯୁଆଡେ।


ଏ ସଂସାର ମାୟା ଭାରୀ କଷ୍ଟ

ରହନା ଏଠି ପାଇବୁ ଦୁଃଖ,

ଖୋଜିବାକୁ ହେବୁ ବେସାହାରା

ପାଇବା ପାଇଁ ଟିକେ ସୁଖ ।।


ବେଳ ଥାଉଁ ଥାଉଁ ସଯାକ ହୋଇଯା

ଏ ସଂସାରୁ ଦୂର ଦେଶେ ଚାଲିଯା,

ଛାଡିଦେ ଏ ମୋହମାୟା ସଂସାର

ଦୂର ଆକାଶର ଗର୍ଭେ ଲୀନ ହୋଇଯା।।


ଚାଲିଯା ତୁ ସମୁଦ୍ର କୋଳକୁ

ବୁଲି ଆସ ଯାଇ ବ୍ରହ୍ମାଣ୍ଡ ବାହାରେ,

ନହେଲେ ଯା ଚାଲି ପତାଳକୁ

ମିଶି ଯା ନହେଲେ ଆକାଶ ଗଙ୍ଗାରେ।।


ଯେତେଦିନ ଏ ସଂସାରେ ରହିବୁ

ଖାଲି କଷ୍ଟ ଯାତନା ସହିବୁ,

କେହି ନ ହୋଇବେ ତୋ ସାଥି 

ଖାଲି ଆଶ୍ରା ପାଇଁ ଝୁରି ମାରିବୁ।।


ତୋତେ କହୁଛି ମୁଁ ଆଜି

ମାନିଯା ମୋ କଥା,

ଦୂର ଦେଶେ ଯା ଚାଲି

ରଖ ମୋ ଏତକ କଥା।।


ଏଠି ତୋତେ କେବଳ

ଫୁଲର ମଧୁ ଛଡା ନମିଳିବ କିଛି,

ଏ ସଂସାର ଦବ ଖାଲି

ଦୁଃଖ ଯାତନାକୁ ବାଛି ବାଛି।।


ଭାଙ୍ଗିଦେ ଏ ସଂସାର ଜଞିର 

ଚିଣ୍ଡାଇଦେ ସବୁ ସମ୍ପର୍କର ବେଡି,

ଚାଲିଯା ସବୁ ବନ୍ଧନକୁ ଭାଙ୍ଗି

ତୋହର ଛୋଟ ଦିନକୁ ଝାଡ଼ି।।


ଚାଲି ଯା ଆକାଶର ଦୂର ଦିଗବଳୟକୁ

ମିଶିଯା ଆକାଶର କଳା ବାଦଲରେ,

ପାରିବୁନି ତୁ ରହି ଏଠାରେ 

ବନ୍ଦୀପ୍ରାୟ ଏ ସଂସାର କାରାଗାରେ।।


ଚାଲିଯା ତୁ ସୂର୍ଯ୍ୟଙ୍କ ପାଖକୁ

ହରିନେ ତାଙ୍କ ସବୁ କିରଣ,

ଉଜ୍ଜ୍ୱଳ କର ନିଜ ତନୁକୁ

ତାଙ୍କୁ କରି ନେଇ ଯା ବରଣ।।


ଚାଲିଯା ତୁ ବରୁଣ ପଶେ

ହୋଇଯା ତାଙ୍କ ଠାରେ ଲୀନ,

ଛାଡିଦେ ଏ ସଂସାର ମାୟା

ଲିଭାଇଦେ ଏଠାରୁ ତୋ ମନ।।


ବରୁଣ ଗର୍ଭେ ତୁ ଭାସିଯା

ଦୂର ରାଇଜକୁ ଯା ଭାସି,

ଯେଉଁଠି ନଥିବ ମୋହମାୟା

ବଞ୍ଚିବୁ ହୋଇ ଖୁସି।।


ନଥିବେ ସେଠି ଦେବାକୁ କେହି

କଷ୍ଟ ଯାତନା ଭ୍ରମର ତୋତେ,

ରହିବୁ ମହା ଆନନ୍ଦେ ସେଠି

ପାଇବୁ ଅଛି ଖୁସି ଯେତେ।।


ତୋ ପଶେ ମୋର ଏତିକି ଅନୁରୋଧ

ପାରି ହୋଇଯା ଏ ସଂସାର ସାଗର,

ଜାଣିନୁ ତୁ ମୋ ପ୍ରିୟ ଭଅଁର ଏହି

ସଂସାର ମାୟା ପରା ଭାରି ଅଗଭୀର।।


ପାଇବନି ତୋ ଗୋଡ଼ ହାତ କିଛି

ବୁଡିଯିବୁ ତୁ ଏଠି ରହିଲେ,

ବଞ୍ଚିଯିବୁ ତୁ ମୋ ଭଅଁର

ଏ ସଂସାରୁ ଚାଲି ଗଲେ।।


ଏଠି ସବୁ ସ୍ୱାର୍ଥ ପାଇଁ କର୍ମରତ

ଭାବିବେନି କେହି ତୋ କଥା,

ପଛାଇବେନି କେହି ତାଙ୍କ ସ୍ୱାର୍ଥ ପାଇଁ

କାଟିବାକୁ ତୋ ମଥା।।


ବଞ୍ଚନ୍ତି ଏଠି ସବୁ ନିଜନିଜ କାର୍ଯ୍ୟ ପାଇଁ

କାର୍ଯ୍ୟ ସରିଗଲେ ତୁ କିଏ ?.....

ପୁଣି ସଭିଏଁ କାର୍ଯ୍ୟରତ 

ନିଜନିଜ ପୁରୁଣା ଅଭିନୟେ।।


ବୁଝିବେନି କେହି ତୋ ଅବସ୍ଥା

ତୁ ଭଲ କି ମନ୍ଦରେ ଅଛୁ,

ପଚାରିବେ ନି କେହି ଥରେ

ତୁ ମରିଛୁ କି ବଞ୍ଚିଛୁ ।।


ସବୁ ଟଙ୍କା ପଛରେ ଗୁଲାମ

ଡାହଳ କୁକୁର ପରି........ 

ଟଙ୍କା ପାଇଁ ଏଠି ସବୁ ସମ୍ଭବ

ପୁଅ ବି ବାପକୁ ପରେ ମାରି।।


ଭଲପାଇବା ର ମୂଳକୁ ଏଠି

କିଣାଯାଏ ଟଙ୍କା ଦାମରେ,

ତୋ ପାଖେ ଟଙ୍କା ଅଛିତ

ତୁ ଖୁସି ଆଉ ସବୁ ଦୁଃଖରେ।।


ମାଆ ଏଠି ବିକେ ତା ପିଲାକୁ

ମୁଠାଏ ଟଙ୍କା ଲୋଭରେ,

ଟଙ୍କା ପାଇଁ ପୁଣି ଫୋପଡ଼େ

ମାଆ ପିଲାକୁ ଖତ ଗଦାରେ।।


ଆଇନ ବି ଏଠି ଟଙ୍କା କବଳରେ

ବନ୍ଦୀପ୍ରାୟ ହୋଇ ବଞ୍ଚିଛି,

ଟଙ୍କା ଥାଇ ଦୋଷୀ ଭୁଲ କରି

ନିଜ ନିଶରେ ତେଲ ମାରୁଛି।।


ଟଙ୍କା ପାଇଁ ଏଠି ଚାଲିଛି

ସବୁ ନାଟକ ଏବେ,

ପାରିବୁନି କୋମଳ ଭ୍ରମର

ରହି ଏଠାରେ କେବେ।।


ଯଦି ରହୁ ହୋଇ ଅମାନିଆ

ମୋ କଥାକୁ କରି ବେଖାତିର 

ବଞ୍ଚି ଥାଉଥାଉ ପାଇଯିବୁ ତୁ 

ସ୍ପର୍ଶ କରାଳ କାଳ ମୃତ୍ୟୁର।।


ଝରିବ ଲୋତକଧାର ତୋ ଦୁଇ 

ନୟନୁ ହୋଇ ଝରଝର,

ନଥିବେ ପୋଛିବାକୁ କେହି

ଏଠି କେହି ନୁହଁ କାହାର

ଏଠି କେହି ନୁହଁ କାହାର.......।।



Rate this content
Log in

Similar oriya poem from Abstract