STORYMIRROR

Ramesh Chandra Behera

Abstract

3  

Ramesh Chandra Behera

Abstract

ସ୍ମୃତି

ସ୍ମୃତି

1 min
254


ମନେ ପଡୁଅଛି  ସାଥୀମାନେ ଆଜି

    ପାଠ ପଢା ବେଳର କଥା

ସମୟେ ଆସିବା  ସମୟରେ ଯିବା

     ଥିଲା ସେତ ଆମରି ଚିନ୍ତା ।(୧)

ଧାଡି ଧାଡି ହୋଇ  ଏକକ ସ୍ୱରରେ

     ପ୍ରାର୍ଥନା କରୁଥିଲେ ଆମେ

ପାଠ ବେଳେ ପାଠ ଖେଳ ବେଳେ ଖେଳ

     ହସ ମଜାଗ କେତେ ଜମେ ।(୨)

ଦଶମ ଶ୍ରେଣୀର  ଶେଷ ପରୀକ୍ଷାର

      ସ୍ମୃତିକୁ ବା ଭୁଲି ହେଉଛି

ଆପଣା ମଧ୍ୟରେ  ଆଲୋଚନା ହୁଏ

     ସେହି କଥା ମନେ ରହିଛି ।(୩)

ଏକାଠି ବସିକି    ଖାଇବାର ମଜା

      କେତେ ଯେ ଆନନ୍ଦ ଲାଗଇ

କିଏ ମାଗେ ଲଙ୍କା   କିଏ ବା ପିଆଜ

      ଖାଉଥିଲେ ଆମେ ଚୁରାଇ ।(୪)

ସମୟ ଚକରେ   ଦିନ ଗଡି ଗଲା 

       ଉଚ୍ଚ ଶିକ୍ଷିତ ଯେ ହୋଇଲା

ଯିଏ ନ ପଢିଲା  ନିଜ କାମ କଲା

    ଭାଗ୍ୟକୁ ସାଥିରେ ରଖିଲା ।(୫)

ବ୍ୟସ୍ତତା ଭିତରେ  ସମୟ ଗଡ଼ିଲା

     କେହି ତ ନ ପାରିଲେ ଜାଣି

ବାହା ସାହା ହୋଇ ସାଂସାରିକ ହେଲେ

     ନିଜେ ହେଲେ ମଉଡ଼ମଣି ।(୬)

ପୁଅ ଝିଅ ସ୍ୱାମୀ  ନିଜର ହୋଇଲେ

     ସାଙ୍ଗ ସାଥୀଙ୍କୁ ଭୁଲି ଗଲେ

କିଏ ପୁଣି ନିଜ    ସଙ୍ଗିନୀକୁ ନେଇ

    ବିଦେଶରେ ଯାଇ ରହିଲେ ।(୭)

କିଛି କଥା ନାହିଁ  ରୁହ ବା ଯେଉଁଠି 

      ମନେ ପକାଅ ସେ ଦିନକୁ

ସତ କହୁଅଛି   ମନେ ପଡିଗଲେ

      ମୁରୁକି ହସିବ ନିଜକୁ ।(୮)

ରାସ୍ତା ଘାଟେ କେବେ ଦେଖା ହୋଇଗଲେ

     ହାଏ ହେଲୋ ଟିକେ କହିବ

ମୋବାଇଲରେ ବି  ବାର୍ତ୍ତା ପଠାଇଲେ

      ମନ ଭାରି ଖୁସି ହୋଇବ ।(୯)



Rate this content
Log in

Similar oriya poem from Abstract