STORYMIRROR

Ramesh Chandra Behera

Abstract

2  

Ramesh Chandra Behera

Abstract

କେତେ ଦିନ ଏମିତି

କେତେ ଦିନ ଏମିତି

1 min
643

କେତେଦିନ ଏମିତି

ଆଦର୍ଶର ମୁଖା ପିନ୍ଧି

ଭିଆଣ ଅଭିନୟ କରି

ମିଠା ମିଠା କଥା କହି

ଅନ୍ୟ ଠୁଁ କାରତାଳି

ଶୁଣିବାକୁ ଭଲ ପାଉଥିବ


କେତେଦିନ ଏମିତି

କାମ, କ୍ରୁଧଃ, ଲୋଭ

ମଦ,ମାଧୁର୍ଯ୍ୟ ରେ ଲିପ୍ତ ରହୁଥିବା ଲୋକ

ଆଦର୍ଶର ମଣିଷର ଅଭିନୟ କରି 

ମିଛ ସମ୍ପର୍କ କରି ଚାଲିବ

ପୁଣି ଦୂରେଇ ଯାଉଥିବ


କେତେଦିନ ଏମିତି

ନାଟକ କରି ଚାଲିବ

ଲୋଭ, ସ୍ୱାର୍ଥପରତାରେ

ନିଜ ଆଭିଜାତ୍ୟକୁ ଭୁଲି ଯାଇ

ସମସ୍ୟାରେ ସମସ୍ୟାକୁ ସୃଷ୍ଟି କରି

ନିଜ ସ୍ୱାର୍ଥ ନେଉଥିବ

ବାଃ ବାଃ ଶୁଣିବାକୁ 

ଭଲ ପାଉଥିବ


କେତେଦିନ ଏମିତି

ମୁଖା ପିନ୍ଧା ଭଲ ମଣିଷର

ଅଭିନୟ କରିବ

ଯାଦୁକାରୀ କଥାରେ

ଅନ୍ୟକୁ କାବୁ କରିବ

ଜଣା ନାହିଁକି 

ଅଭିନୟର ଶେଷରେ

ନିନ୍ଦା ଅପବାଦର 

ପାହାଡ଼ ସୃଷ୍ଟି ହୁଏ ଯେତେବେଳେ

ଅତି ଆପଣାର ବି 

ଦୁରେଇ ଯିବେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract