STORYMIRROR

Ramesh Chandra Behera

Abstract

2  

Ramesh Chandra Behera

Abstract

ଅଭିନନ୍ଦନ

ଅଭିନନ୍ଦନ

1 min
196

 ନୂଆ ବରଷର ନୂଆ ଜୀବନ

ପୁରଣ ହୋଇବ ସବୁ ସପନ

ଭୁଲିଯିବା ଆମେ ଅତୀତ ଦିନ

ସୁଖ ଦୁଃଖ ଭରା ଆମ ବନ୍ଧନ

ଭାଇଚାରା ଭାବ ଆମେ ମହାନ

ପୁଲକିତ ହେଉ ସବୁରି ମନ

ଗର୍ବ ଅହଂକାର ନା ଅଭିମାନ

ସବୁ ଭୁଲିଯାଇ ଦେବା ସମ୍ମାନ

ସଂସାର ନିୟମ କଲେ ପାଳନ

ସୁଖରେ ବିତିବ ଆମ ଜୀବନ

ଆମରି ସଂସ୍କୃତି ଆମ ବିଧାନ

ଜଗନ୍ନାଥ ସେ ସଂକଟମୋଚନ

ମୋ ଦେଶ ମୋ ଗାଆଁ ମୋ ପ୍ରିୟଜନ

ନୂଆ ବରଷର ଅଭିନନ୍ଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract