STORYMIRROR

Ramesh Chandra Behera

Classics

3  

Ramesh Chandra Behera

Classics

ଜଗତର ନାଥ

ଜଗତର ନାଥ

1 min
387

ଜଗତର ନାଥ   ତୁମେ ଜଗନ୍ନାଥ

    ଅପାର ଶକତି ତୁମର

ତୋହରି ନାମକୁ  ଶୁଣିବା ମାତରେ

    ସରବେ ହୁଅନ୍ତି ଜୁହାର 


କି ଗୁଣି କରିଛ    ବୁଝି ହେଉ ନାହିଁ

    ସବୁଠି ହୁଏ ଜୟକାର  

ପୁରପଲ୍ଲୀ ଠାରୁ   ସହର ବିଦେଶେ

    ଭକ୍ତିରେ ହୁଅନ୍ତି ବିଭୋର


ଜାତି ଧର୍ମ ବର୍ଣ୍ଣ    ସବୁରି ମୁଖରେ

    ରହିଅଛି ତୁମରି ନାମ

ତୋର ଚକା ଆଖି  ଥରେ ଦେଲେ ଦେଖି

    ପୂରଣ ହୁଏ ସବୁ କାମ


ବରଷକେ ଥରେ    ରଥ ଜାତରାରେ

     ବଡ ଦାଣ୍ଡେ ଦିଅ ଦର୍ଶନ

ବହୁ ଶରଧାରେ    ନାଚି ଗାଇ ଗୀତ

     ଝୁମିଯାନ୍ତି କରି କୀର୍ତ୍ତନ


ଶଙ୍ଖ ଧ୍ୱନି ସାଥେ  ମୃଦଙ୍ଗର ତାଳେ

      କମ୍ପିଯାଏ ପୁରା ସଂସାର

ହରିବୋଲ ଆଉ  ହୁଳହୁଳି ଦେଇ

     ଟାଣିଥାନ୍ତି ରଥ ତୋହର


ଛୋଟ ବଡ଼ ରଥେ  ବସି କରି ତୁମେ

   ବୁଲିବୁଲି ଶୁଣ ଯେ ଦୁଃଖ

ରଥର ଦଉଡି      ଛୁଇଁ ଦିଏ ଯିଏ

    ପାଇଯାଏ ସେ ସବୁ ସୁଖ


କରୁଣା କରହେ   ବସି ଦିବ୍ୟ ରଥେ

     ଦୂର କର ସବୁ ଅନ୍ୟାୟ

ଇଛାମୟ ପ୍ରଭୁ    ତୁମରି ଇଚ୍ଛାରେ

     ଧାରା ହେଉ ମଙ୍ଗଳମୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics