STORYMIRROR

Ramesh Chandra Behera

Abstract

2  

Ramesh Chandra Behera

Abstract

ଶୈଶବ ଓ ବଣଭୋଜି

ଶୈଶବ ଓ ବଣଭୋଜି

1 min
378


ଶୈଶବ କାଳର    ବଣଭୋଜି ଭାତ

   କେଡେ ନିଆରା ଯେ ଥିଲା

ପ୍ରଗତିର ପଥେ    ପରିବର୍ତ୍ତନ ଆସି

    ସେ ସବୁ ଭୁଲାଇ ଦେଲା

ଦିନେ ଦୁଇଦିନ    ଆଗରୁ ଯୋଜନା

     କରୁଥିଲୁ ଆମେ ବସି

କିଏ ଦିଏ କେତେ   ଚାଉଳ ପରିବା

     ଲାଗୁଥିଲା ଭାରି ଖୁସି

ଭାତ ଡାଲି ଘାଣ୍ଟ    ମାଉଁସ ପାପଡ଼

     ଆନନ୍ଦେ ରାନ୍ଧଇ ଥାଉଁ

ହସ ଖୁସି ସହ     କଦଳୀ ପତ୍ରରେ

     ଏକାଠି ବସି ସବୁ ଖାଉ

ନାହିଁ ସେହି ଦିନ   ସାଙ୍ଗ ସାଥି ମେଳ

     ଝୁରେ ଆଜି ସେ ମୁହୂର୍ତ୍ତ

ସମୟରେ ପଥେ    ବୟସ ବଢୁଛି

      ଫେରିବ ନାହିଁ ଅତୀତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract