STORYMIRROR

Ramesh Chandra Behera

Abstract Inspirational

2  

Ramesh Chandra Behera

Abstract Inspirational

ଅନୁଭୁତି

ଅନୁଭୁତି

1 min
144


    

ଖାଲ ଢ଼ିପ ଭରା ଗାଆଁ ସଡ଼କ

ସାଇକେଲ ଚଲା ଥିଲା ସଉକ ।

ଚଲା ଶିଖା ନିଶା ମନ ଚପଳ

ବହୁ ଚେଷ୍ଟା ପରେ ମିଳେ ସଫଳ।

ଗାଆଁ ଦାଣ୍ଡ ଧୂଳି ସାଙ୍ଗର ମେଳ

ଥିଲା ଅନୁଭୁତି ନାହିଁ ସେ ବେଳ ।

ବେଳେ ରାଗ ରୁଷା ବେଳେ ମିଳନ

ପୁଣି ସାଙ୍ଗ ହେଉ ତା ପର ଦିନ ।

ଲୁଚକାଳି ଖେଳ ଚାନ୍ଦିନୀ ରାତି

ବହୁ ଆନନ୍ଦରେ ଖେଳୁ ଯେ ନିତି ।

ସେନେହ ଶରଧା ଥିଲା ବିଶ୍ୱାସ

ନାହିଁ ସେ ସମ୍ପର୍କ ମନ ଉଦାସ ।

ଅଭୁଲା ସେ ଗାଥା ସୁଖୀ ଜୀବନ

ବ୍ୟସ୍ତତାରେ ଆଜି ଯାଉଛି ଦିନ ।



Rate this content
Log in

Similar oriya poem from Abstract