STORYMIRROR

Ramesh Chandra Behera

Abstract Inspirational

2  

Ramesh Chandra Behera

Abstract Inspirational

ଗୁରୁଦେବ

ଗୁରୁଦେବ

1 min
195

ତୁମେ ବ୍ରହ୍ମା, ବିଷ୍ଣୁ ପରମେଶ୍ବର

ତୁମ ବିନା ଅସମ୍ଭବ ସଂସାର

ତୁମ କୃପା ବିନା ମିଳେନା ମୁକ୍ତି

ଆଶିଷ ଲଭଇ କରେ ଯେ ଭକ୍ତି

ସ୍ନେହ, ଆଦର,ଦୟାର ସାଗର

ଦିଗଦର୍ଶକ(ତୁମେ)ଜ୍ଞାନର ଭଣ୍ଡାର

ଗୁରୁଦେବ ତୁମେ ମଙ୍ଗଳମୟ

ଭକ୍ତିଭାଵ ପୂର୍ଣ୍ଣେ ସରବ ଜୟ

ଭାରତ ମାତାର ଯୁଗ୍ୟ ସନ୍ତାନ

ସଂସାରେ ପାଇଛ ସର୍ବୋଚ୍ଚ ସ୍ଥାନ

ଯିଏ ସେ କରଇ ଗୁରୁଙ୍କୁ ନିନ୍ଦା

ପାପ ରାଇଜରେ ହୁଅଇ ବନ୍ଧା

ଗୁରୁ ପାଦ ଧୂଳି ମୁଣ୍ଡେ ଲଗାଇ

ସୁଖ ଶାନ୍ତି ସହ ଆଗେ ବଢ଼ଇ

ଗୁରୁ ସ୍ନେହ ଶ୍ରଦ୍ଧା ପ୍ରେମ ଝରଣା

ନିସ୍ୱାର୍ଥପର(ସେ) ଅପାର କରୁଣା

ଜୟ ଗୁରୁଦେବ ଜୟ ଅନନ୍ତ

ତୁମ ବିନା ଏଠି ନାହିଁ ଯେ ଅନ୍ତ

ଆହେ ଗୁରୁଦେବ ତୁମେ ପ୍ରଣାମ

ବିକଶିତ କର ଏ ଦେଶର ନାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract