Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Abstract Others

3  

Abhisek Mohapatra

Abstract Others

ରାତିର ରାସ୍ତାରେ

ରାତିର ରାସ୍ତାରେ

1 min
163



ରାତିର ଅନ୍ଧାରରେ ଜ୍ୟୋସ୍ନା ଚେକି ଚେକି ହେଇ ପଡ଼ିଛି ,

କାହାର ଋତୁସ୍ରାବ ପରି !

ସେପାଖ ଟିଣଘର ପାଖରେ କୁକୁର ଭୁକୁଛି ,

ପାଖ ଘରେ ଲାଇଟ୍ ଜଳୁଛି ।

ହସୁଥିବା ଯୋଡେ ମୁହଁ ଖୁବ୍ ଜୋରରେ ଲାଗିଆସୁଛି !


ମୁଁ ଜାଣେ ସିଗାରେଟର ଧୂଆଁ ଆଉ ଅନ୍ଧାର ଭିତରେ କିଛି ଫରକ ନାହିଁ ।

ସେ କହିଦେଲା ପରି ,

ଆୟୁଷ ସରିଆସୁଛି ।


ତୁମେ ଆସିଥିଲ କି ସେଇ ରାସ୍ତା ଦେଇ ?

ଯେଉଁଠି ରାତି ସରିଯାଏ !

କଳା କଳା ଭବିତବ୍ୟ ଅତୀତ ପାଲଟେ -

ଗୋଟେ ଶୀତୁଆ ରାତ୍ରରେ ,

କ'ଣ ଥାଏ ଯେ ସେ କଳା ମଚମଚ ପିଚୁ ରାସ୍ତାରେ ?


ମୋ କଥା କିଛି କହିଥିଲ କି ?

ପଚାରିଥିଲ କି କାହାକୁ ?

ଖୋଜିଥିଲ କି ମୋ ନିର୍ଘୋଷିତ ଠିକଣାକୁ ?

ଖୋଜିଥିବ ଯଦି ଜଣା ପଡିନଥିବ ସେ କଳା ମଚମଚ ରାସ୍ତା !


ମୋ କଥା ପଚାରୁଛ !

ରାସ୍ତାରେ ଆସିଲା ବେଳେ ଦେଖିନ ,

ଠା କୁ ଠା ପଡ଼ିଛି ଛାପ ,

କାହାର ରକ୍ତ ପରି !


ଜଣାଉଛି ଯେ ଜୀବନ ମଧ୍ୟେ ଜାତନା ଅଛି ,

ସେତିକି କ'ଣ ଯଥେଷ୍ଟ ନୁହେଁ ?

ବଞ୍ଚିବାର ଗୋଟେ ଅଘୋଷିତ ଦଲିଲ୍ ରେ !


            



Rate this content
Log in

Similar oriya poem from Abstract