STORYMIRROR

Shiba Charan Mahapatra

Romance

4  

Shiba Charan Mahapatra

Romance

ଅନାମିକା ନାୟିକା

ଅନାମିକା ନାୟିକା

1 min
230


କେବେ ତୁମେ କାବ୍ୟ କବିତାର ଛନ୍ଦ

କେବେ ନାୟିକା'ର ରୂପ 

କେବେ ପୁଣି ତୁମେ ଆଇ ମା' କାହାଣୀ 

ବୁଢୀ ଅସୁରୁଣୀ ଗପ..!


କେବେ ମଧୂଝରା ଝରା ଶେଫାଳି'ର

ମୃଦୁ ଗୁଞ୍ଜରଣ ବାସ

ଆଉ କେବେ ପୁଣି ଶୀତ ସକାଳରେ

ତତଲା ଖରା ନିଶ୍ୱାସ..!


କେବେ ହସୁଥାଅ ଚନ୍ଦ୍ରମଲ୍ଲୀ ହସ

କେବେ ପଦ୍ମଗନ୍ଧା ନିଶା

କେବେ ଝାରୁଥାଅ ମଧୁର ସଙ୍ଗୀତ 

କେବେ ତିତିକ୍ଷାର ଭାଷା..!


କଳ୍ପନା ବିଳାସୀ ମୋ କଳ୍ପ ମାନସୀ

ତୁମେ ପ୍ରାପ୍ତି ତୁମେ ତୃଷ୍ନା 

ବିବର୍ଣ ପୃଥିବୀ ଓଢଣୀ ଭିତରେ 

ତୁମେ ହିଁ ତ ମଧୁ ବାସ୍ନା..!


ନିଶୀଥ ଅନ୍ଧାରେ ତୁମେ ଜ୍ୟୋତ୍ସ୍ନାଝରା 

ଆକାଶ ଛାତିର ପ୍ରେମ 

ବାତୁଳ ପ୍ରେମିକ ମୁଁ ତୁମ ନାୟକ 

କି ଦେବି ତୁମର ନାମ..!?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance