STORYMIRROR

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଅନାହତ ନାଦ-୨ ଭାଗ-୭

ଅନାହତ ନାଦ-୨ ଭାଗ-୭

1 min
259


ଅନାହତ ନାଦ ୨ (୭୦ ପଦ)

ଭାଗ ୭ (୬୧-୭୦ ପଦ)

ମୁଖ ନିସୃତଃ କବି – ସନ୍ଥ କବୀର ଦାସ

ଅନୁବାଦ - ଡଃ ସୁବାଷ ଚନ୍ଦ୍ର ରାଉତ

(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ଘୁଙ୍ଗାର ଭଙ୍ଗି ଅନ୍ୟ ଗୋଟିଏ ଘୁଙ୍ଗା ଦେଖି ଜାଣି ପାରେ, 

ଜ୍ଞାନୀର ସୁଖ ଅନ୍ୟ ଗୋଟିଏ ଜ୍ଞାନୀ ଚିହ୍ନି ବୁଝି ପାରେ ।୬୧।

ସତ୍ୟ ପ୍ରଶଂସା ପ୍ରଶଂସକ ଯେ, ସଂସାରୀ ହୋଇ ରହିବ,

ଆତ୍ମ ଦର୍ଶନ ଥରେ ପାଇଲେ, ଚୌଦିଗେ ପ୍ରଭୁ ପାଇବ ।୬୨।

ଲେଖା ଲେଖିର କଥା ନୁହେଁ ଏ, ଦେଖା ଦେଖିର କଥା,

ବର କନ୍ୟାର ମିଳନ ପରେ, ଫିକା ବରଯାତ୍ରୀ କଥା ।୬୩।

ପୂର୍ଣ୍ଣତା ପ୍ରାପ୍ତ ପରେ ରିକ୍ତତା, ରିକ୍ତତା ପରେ ସଂମ୍ପୁର୍ଣ୍ଣ,

ବ୍ରହ୍ମ ଦର୍ଶନ ପରେ ରହେନି, ପୂର୍ଣ୍ଣ, ରିକ୍ତ ଶବ୍ଦମାନ ।୬୪।

ସାଧୁର ଗୁଣ ହେବା ଉଚିତ, ବାଉଁଶ କୁଲା ଯେପରି, 

ଭଲ ଶସ୍ୟକୁ ରଖିଦିଏ ସେ, ଅଗାଡ଼ି ଦିଏ ଉଡ଼େଇ ।୬୫।

ଅବିଗୁଣକୁ ଆଡ଼େଇ ଦେଇ ସୁଗୁଣ ଗ୍ରହଣ କର,

ପୁଷ୍ପେ ମଧୂପ ସମ ଗ୍ରହଣ, ପରମାର୍ଥ ଚିହ୍ନା କର ।୬୬।

ଛେନା ପାଣିରୁ ହଂସ କେବଳ ପାଣି ଛାଡ଼ି ଛେନା ଖାଏ,

ଅସାର ଛାଡ଼ି ସାର ନିଏ ଯେ, ସଂସାରରୁ ପାରି ହୁଏ ।୬୭।

ଦୁଗ୍ଧ ରୂପ ସତ୍ ନାମ ଅଟେ, ନୀର ରୂପ ବ୍ୟବହାର, 

ହଂସ ରୂପୀ କେହି ସାଧୁ ଥାଏ, ଛାଣିବା କାମ ଯାହାର ।୬୮।

ସମ ଦୃଷ୍ଟିର ସଦ୍‌ଗୁରୁ କଲି, ଦେଲେ ଅବିଚଳ ଜ୍ଞାନ,

ଯେ ଦିଗେ ଦେଖେ ଗୋଟିଏ ଦେଖେ, ଦ୍ୱିତୀୟର ନାହିଁ ସ୍ଥାନ ।୬୯।

ସମ ଦୃଷ୍ଟିକୁ ଚିହ୍ନିବ ଯେବେ, ଶୀତଳ ସମତା ହୁଏ,

ପ୍ରାଣୀ ମାନଙ୍କ ଆତ୍ମା ଦେଖିଲେ, ସବୁ ଏକା ଦେଖା ଯାଏ ।୭୦। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics