Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Subas Chandra Rout

Classics Others

3  

Dr Subas Chandra Rout

Classics Others

ଅନାହତ ନାଦ -୧ ଭାଗ -4

ଅନାହତ ନାଦ -୧ ଭାଗ -4

2 mins
246


ଅନାହତ ନାଦ ୧ (୯୬ ପଦ) 

ଭାଗ ୪ (୩୭ -୪୮ପଦ)

(ଅନାହତ ନାଦ – ଅନାହତ ଅର୍ଥ ବିନା ଆଘାତ, ନାଦ ଅର୍ଥ ଧ୍ଵନି । ଦୁଇଟି ବସ୍ତୁ ପରସ୍ପର ସହିତ ପିଟି ହେଲେ ଧ୍ୱନି ଯାତ ହୁଏ । ଇଂରାଜୀରେ ଅଛି vibration causes sound । ବସ୍ତୁ ପରସ୍ପର ପିଟି ହେଲେ କମ୍ପନ ହୁଏ ଓ କମ୍ପନ ଯୋଗୁ ଧ୍ୱନି ସୃଷ୍ଟି ହୁଏ । କିନ୍ତୁ କୌଣସି ଆଘାତ ବିନା ଯଦି ଧ୍ୱନି ସୃଷ୍ଟି ହୁଏ ତେବେ ତାହାକୁ ଅନାହତ ନାଦ କୁହାଯାଏ । ଅନାହତ ନାଦ ଏକ ପ୍ରକାର ଯୋଗର ନାମ ।)

ଖୋଜିଲା ଯିଏ ପାଇଲା ସିଏ, ଗଭୀର ଜଳରେ ପଶି,

ବୁଡ଼ିଯିବି ବୋଲି ଡରିଲି ମୁଁ, କୂଳରେ ରହିଲି ବସି ।୩୭। 

ଖୋଜି ଖୋଜି ସେ ଥକି ଗଲେଣି, କବୀର ରହିଲେ ବସି,

ଟୋପା ସମାନ ଭବ ସାଗରେ, ଯାଇଛନ୍ତି କାହିଁ ମିଶି ।୩୮।  

ହୃଦୟ ଏକ ଦର୍ପଣ ସମ, ମୁଖ ଦେଖା ନାହିଁ ଯାଏ,

ମୁଖ ଦେଖିବ ସେତିକି ବେଳେ, ସବୁ ଦ୍ୱିଧା ଯେବେ ଯାଏ ।୩୯। 

ସମସ୍ତ ଶିକ୍ଷା ସରିଲେ ମଧ୍ୟ, ଗଲାନି ସଂଶୟ ଶୂଳ,

କହେ କବୀର, ଶୁଣିବ କିଏ? ସବୁ ଦୁଃଖର ଏ ମୂଳ ।୪୦।   

ସାକ୍ଷୀ ଲେଖିଲୁ ସଂଗ୍ରହ କରି, ଶବ୍ଦ କିଛି ନିଜ, ପର,

ଅନ୍ୟ ଉଚ୍ଛିଷ୍ଟ ଖାଇ ବଂଚିବୁ କେତେ ଦିନ ବା କବୀର ?୪୧।   

ବକ୍ତୃତା ଦେବା ଲୋକ ଅନେକ, ବାହୁ ଧରା ଲୋକ କମ୍,

ବକ୍ତାମାନଙ୍କୁ ଯିବାକୁ ଦିଅ, ଯାହାର ନାହିଁ ସେ ଦମ୍ ।୪୨।     

ସୁତ, ବିତ୍ତ ଓ କାମ,ନିଷ୍କାମ, ସ୍ୱାଭାବିକ ଭାବେ ଗଲେ,

କବୀର ଦାସ ରାମଙ୍କ ସହଏକାନ୍ତ ଭାବେ ରହିଲେ ।୪୩।  

ଅପଣା ଛାଁଏ ଯେ ଆସେ ତାହା ଇଶ୍ୱରଙ୍କ ବରଦାନ,

ବିକଳ୍ପ ରୁପେ ଯେ ଆସେ ତାହା ଅଟଇ ନୀମ ସମାନ ।୪୪।

ଯେ କହିପାରେ, ପାରେନି ଦେଖି. ଯେ ଶୁଣେ ବୁଝାଏ ନାହିଁ, 

ଯେ ଦେଖେ ସେ ପାରେନି କହି, ରସନା କର୍ଣ୍ଣ ଓ ଆଖି ।୪୫। 

ଗୋବିନ୍ଦ-ହୀରା ମିଳେନି ତାକୁ, ଚିରଞ୍ଜୀବି ଆଶା ଯାର,

ଗୁରୁ-ଦରିଆରୁ ହୀରା କାଢ଼ିବ, କୌଣସି ସାହସୀ ବୀର ।୪୬।  

ନାମ-କଷଟି ଅତି ସଠିକ, ନକଲି ପାରେନି ରହି,

ନାମ କଷଟି ଯେ ପାରି ହୁଏ, ମୃତ୍ୟୁଞ୍ଜୟୀ ହୁଏ ସେହି ।୪୭।  

ସଂସାରେ ମୃତ୍ୟୁ ଲାଗି ରହିଛି. ଅନ୍ୟ ମୃତ୍ୟୁ ପନ୍ଥା ନାହିଁ,

କବୀର ଲଭେ ଏପରି ମୃତ୍ୟୁ, ପୁନଃ ମୃତ୍ୟୁ ଯାର ନାହିଁ ।୪୮।



Rate this content
Log in

Similar oriya poem from Classics