STORYMIRROR

JitendraNath Gahir

Tragedy

3  

JitendraNath Gahir

Tragedy

ଅନାବିଳ ବନ୍ଧୁତ୍ୱ

ଅନାବିଳ ବନ୍ଧୁତ୍ୱ

1 min
197

କୁଆଡେ ହେ ବନ୍ଧୁ ଚାଲିଗଲ ତୁମେ

ଖୋଜ ଖବର ବି ନାହିଁ ?

ଗାଆଁ ବରଗଛ ଅନେଇ ରହିଛି 

ତୁମ ଫେରିବା ବାଟକୁ ଚାହିଁ। 


ପିଲାଦିନେ ଆମେ ଏଇ ଗଛ ମୂଳେ

କରୁଥିଲୁ କେତେ ମଜା 

ସାଙ୍ଗସାଥି ମେଳେ ଦିନଯାକ ଏଠି 

ଖେଳୁ ଥିଲୁ ମନ୍ତ୍ରୀ ରଜା ।


ଗଛରେ ଚଢିବା ଓହଳେ ଝୁଳିବା 

ଗୀତ ଗାଇ ଗାଇ ନାଚିବା

କାହାକୁ ଚିଡେଇ କାହାକୁ କନ୍ଦେଇ 

ମା ଠାରୁ ଗାଳି ଖାଇବା ।


ଗଛ ପାଖେ ଗଲେ ଏଇ ସବୁ କଥା 

ମନେ ପଡୁ ଅଛି ବେଶି

ଆଗ ପରି ଆଉ ଗଛ ବି ଖେଳୁନି 

ସିଏ ବି ଯାଇଛି ରୁଷି। 


ଆଗ ପରି ଗଛ କଥା ହେଉ ନାହିଁ 

ଚୁପ୍ ଚାପ୍ ବେଶି ରହୁଛି 

ନିତି ଦୁଇ ଥର ଗଛ ମୂଳେ ଯାଇ 

ମନ ମାରି ଫେରି ଆସୁଛି ।


ଶେଷ ଥର ପାଇଁ ଆସ ଥରେ ବନ୍ଧୁ 

ଦୁହେଁ ଯାଇ ଭେଟି ଆସିବା 

ତୁମକୁ ଦେଖିକି ଯଦି ବୁଝି ଯାଏ 

ପିଲାଦିନ ଫେରି ପାଇବା 

ଆମ ପିଲାଦିନ ଫେରି ପାଇବା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy