STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଅନ୍ୱେଷା

ଅନ୍ୱେଷା

1 min
251


କିଏ ଭଗବାନ

କ'ଣ ସିଏ ନିର୍ଗୁଣ ନିରାକାର

ଅଥବା ସଗୁଣ ସାକାର

ଏ ପ୍ରଶ୍ନର ମିଳେ ନାହିଁ ଏକ ସମାଧାନ

କିଛି ମଧ୍ୟ ରହନ୍ତି ମଉନ ।

ଏକଇ ପ୍ରଶ୍ନ ପଚାର- ମାଟିକୁ

ପାଣି ପବନ ଗଛଲତା ଜୀବଜନ୍ତୁ

କୀଟ ପତଙ୍ଗଙ୍କୁ,

ସମସ୍ତେ ନୀରବିଯିବେ ;

କେଉଁ ଏକ ଦୂରାନ୍ତ ଅଜଣା ଗ୍ରହେ

ଉକୁଟି ଦିଶିବ ପ୍ରଶ୍ନ ଅପ୍ରସନ୍ନ ରୂପ

ଯାର ଅବିଶେଷ ଜ୍ଞାନ

ସଇତାନୀ ଲୋଭ ହିଂସା ସ୍ୱ।ର୍ଥର ଅନଳ

ମହାନ୍ଵେଷେ ବଡ ପ୍ରତିବନ୍ଧ,

ପ୍ରାପ୍ତ ହେବ ସରଳ ଉତ୍ତର

ଅସୁରକ୍ଷା କାଳଯମ

ଭଗବାନ ସତ୍ୟ ଶାନ୍ତି ସୁନ୍ଦର ସୁବୋଧ

ସଂଗଠିତ ସମାଜର ନାମ,

ବୁଝିବା ଉଚିତ ସର୍ବେ

ଆମେ କିଏ କ'ଣ ଆମ କାମ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics