STORYMIRROR

Chinmaya Kumar Nayak

Abstract Classics

3  

Chinmaya Kumar Nayak

Abstract Classics

ଅମୂଲ୍ୟ ସେ ଭାବ

ଅମୂଲ୍ୟ ସେ ଭାବ

1 min
171

ଭାବର ଠାକୁର ସେ ମହାଭାବମୟ

ଅଭାବେ ନ ଦ୍ୟନ୍ତି ଧରା,

ଭାବଗ୍ରାହୀ ଭାଵଲୋକେ ବିରାଜିତ

ଭାବେ ସେ ବିଭୋର ପରା। 


ସେଥିପାଇଁ ଭାବ ଅମୂଲ୍ୟ ସମ୍ପଦ

ଭକତଟେ ପାଇଁ ସଦା,

ସେଇ ଭାବ ବଳେ ପଥର ଦେହରେ

ପାଏ ସେ ଈଶ୍ୱର ସତ୍ତା। 


ନଥାଏ ଧୂପରେ ଦୀପ ନୈବେଦ୍ୟରେ

ନଥାଏ ସେ ଆଡ଼ମ୍ବରେ,

ବିଶୁଦ୍ଧ ଅନ୍ତରେ ସ୍ନିଗ୍ଧ କମଳ ସେ

ଫୁଟେ ସ୍ଥିର ହୃଦ ନୀରେ। 


ଦିଶେନା ଡାକିଲେ ମିଳେନା ଖୋଜିଲେ

ସହଜେ ସେ ମିଳେ ନାହିଁ,

ସମର୍ପଣ ପଥେ ଅତୁଟ ବିଶ୍ବାସେ

ଅଚିରେ ପ୍ରାପ୍ତ ହଅଇ। 


ବ୍ୟକ୍ତିତ୍ୱର ମଥା ବିଭୂ ପଦେ ସମ୍ପି

ଶୁନ୍ୟ ହୁଅ ଅବିଳମ୍ବେ,

ଶୁନ୍ୟ ହୃଦୟରେ ବିରାଜି ସେ ଦେବ

ସର୍ବ ପୂର୍ଣ କରି ଦେବେ। 


ନଥାଏ ସୁଖରେ, ଦୁଃଖ ଅହଙ୍କାରେ

ନଥାଏ ବାହ୍ୟ ଭକ୍ତିରେ,

ସରଳ ବିଶ୍ବାସ ଭରା ହୃଦୟରେ

ଶୁଦ୍ଧ ଭାବ ବାସ କରେ।


ବନ୍ଧୁ ପରିବାର ପରିଜନ ମଧ୍ୟେ

ଆତ୍ମୀୟତା ଯେଉଁ ଥାଏ,

ଭାବର ବିଭିନ୍ନ ସ୍ୱରୂପରେ ଥାଇ

ମାୟା ମୋହେ ବାନ୍ଧି ଦିଏ। 


ରହସ୍ୟମୟ ଏ ଭକ୍ତିର ସହର

ପଦେ ପଦେ ଏଠି କଣ୍ଟା

ପାରି ହୋଇଗଲେ ବିଭୂ ଚରଣରେ

ମିଳେ ସଦା ପାଇଁ ପଟ୍ଟା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract