STORYMIRROR

ବିନୟ ମହାପାତ୍ର

Abstract Classics

4  

ବିନୟ ମହାପାତ୍ର

Abstract Classics

ଅମୁହାଁ ଦେଉଳ

ଅମୁହାଁ ଦେଉଳ

1 min
330

ମନ୍ଦିର ମୁଣ୍ଡି ମାରି ଦେବା ପରେ

ନେତ ବାନ୍ଧିବାକୁ ମନା କରି ଦେଲେ,

ସିଂହଦ୍ଵାର ଏବେ ବି ମୁକୁଳା ପଡିଛି,

ଜାଉଳୀ କବାଟରେ କିନ୍ତୁ

ମହଣ କୋଲପର ମୁଦ ଲାଗିଛି ।

ମୁଦମରା ଅମୁହାଁ ଦେଉଳ

ଭିତର ସିଂହାସନ ଶୂନ୍ଯ ଅବା

ମଣ୍ଡପରେ ଦିଅଁ ବିରାଜନ୍ତି ?


କିଏ ଜାଣେ,

କଳି ଯୁଗ ସରିଲାଣି ଅବା 

ଏବେ ବି ଆଉ କେଇ ଯୁଗ ବାକି ଅଛି,

ଅବା ଯୁଗାନ୍ତରେ ପରେ

ଏ ମୁଦ ଆପଣା ଛାଏଁ ଗଳି ପଡିବ

କଳ୍କୀ ଅବତାର ହାତରେ ଖଡ୍ଗ ଧରି

କଳା ଘୋଡା ଚଢି ରଣ ହୁଁକାର ଦେବ ।


ମନ୍ଦିର ଏବେ ବି ଏଇଠି ଅଛି

ଚାରି ଦୁଆର ମୁକୁଳା ପଡିଛି

ହେଲେ ଭିତରେ ଦିଅଁ କାଇଁ?

ଦିଅଁ ବୋଲି କେବଳ କେଇ ଖଣ୍ଡ

ପଥର ମୁର୍ତ୍ତୀ, ଅବା ଭଗ୍ନ କବର ଦିଶୁଛି

କେଉଁଠି ତ୍ରୀଶୂଳ, କେଉଁଠି ଅର୍ଦ୍ଧଚନ୍ଦ୍ର,

ଆଉ ମିଶାଣ ଚିହ୍ନର ପ୍ରତୀକ ଝୁଲୁଛି ।

ସବୁ ନିସ୍ପ୍ରାଣ ଆତ୍ମା ଶୂନ୍ୟ

କିନ୍ତୁ, ଶବ ଏଠି, ଏକ ଆତ୍ମା ନୁହେଁ

ସ୍ୱୟଂ ପରମାତ୍ମାକୁ ଖୋଜୁଛି ।


ଧର୍ମର ଧ୍ୱଜାରେ ରକ୍ତର ଦାଗ ଦିଶେ

ନାରଙ୍ଗୀ, ସବୁଜ ଆଉ

ସଫେଦ ଚାଦର ତଳେ

ପାଖଣ୍ଡ, ପ୍ରପଞ୍ଚତାର ମୁଁହ ଲୁଚି ରହେ ।


ସେଇ ଯେ ବେନାମୀ

ଅଦୃଶ୍ଯ, ଅସ୍ପୃଶ୍ଯ, ନିର୍ଗୁଣ ନିରାକାର ବ୍ରହ୍ମ 

ଅରୂପ ବ୍ରହ୍ମକୁ କେତେ ରୂପ ଦେଇ

ଲଢେଇ ଯେ ନାମ ପାଇଁ ହୁଏ ।

ଅନନ୍ତ ନିରାକାରକୁ ଆକାରେ ସଜାଇ

ସର୍ବ ନାମରୁ ନାମ ବାଛି ବାଛି

କେଉଁ ନାମେ ପୂଜିବ ବୋଲି,

କେତେ କେତେ ଯେ ଲଢେଇ ହୁଏ ।



Rate this content
Log in

Similar oriya poem from Abstract