ଅମୃତମୟୀ
ଅମୃତମୟୀ
କରୁଣା ଭରା ତୁ ମୋ ମହା ସାଗର
କ୍ଷମାର ଭଣ୍ଡାର ମୋର
ତୋର କୋଳ ମୋର ଐଶ୍ୱଯ୍ୟ ସୁଖର
ସ୍ନେହ ଭିଜା ଶ୍ରଦ୍ଧା ଝର...
ପଥର ପରିକା ଦୁଃଖ ସାଇତି ତୁ
ମମତା ଦେଇ ଆମକୁ
ସଂସ୍କାର, ଆଶିଷ ଦେଇ ଗଢିଅଛୁ
ଭୁଲି ମୁଁ ପାରେନି ତାକୁ...
ତୋ ପଣତ ମୋର ମଥା ପରେ ଦେଇ
ବଞ୍ଚିବା ଥିଲୁ ଶିଖାଇ
ବୋଉଲୋ ତୋର ମୁଁ ଅଲିଅଳି ଥିଲି
ମୋ ପୂର୍ଣ୍ଣମୀ ଇନ୍ଦୁ ତୁହି.....
ଜୀବନ ପଥରେ ଚାଲୁ, ଚାଲୁ ମୁହିଁ
ଥକି ପଡ଼ୁଥାଏ ଯେବେ
ତୋର ସ୍ନେହଭିଜା ଅମୃତ ସାନିଧ୍ୟ
ବଞ୍ଚିବା ଶିଖାଏ ମୋତେ.....
ଅକୁହା କୋହ ରେ, ଅସରା ଲୁହ ରେ
ଅବ୍ୟକ୍ତ ଯନ୍ତ୍ରଣା ଯେତେ
ବିବିଧ ଜଞ୍ଜାଳ ଘେରି ଅଛି ମୋତେ
ବିହୀଲେଖା ଅବସାଦେ......
ବୈଶାଖୀ ଝାଂଜି ଜୀବନରେ ଆସି
ଅସହ୍ୟ ବେଦନା ଭରି
ତୁ ଅଛୁ ବୋଲି ତୋ ଭରସା ବାରି
ବିପଦ ଯାଉଛି ଟଳି.......
ପରମ ସୌଭାଗ୍ୟ ମୋର କୋଟିନିଧି
ମୋ ଜୀବନ ପରିଧିରେ
ବଞ୍ଚିବା, ବଢିବା ଶିଖି ଅଛି ମୁହିଁ
ତୋ ମମତା ପରଶ ରେ.....
ସଜଡା ସଂସାର ଅସଜଡ଼ା ହେଲେ
ଗଢିବାକୁ ଶିକ୍ଷା ଦେଇ
ଅମୃତ ପରଶେ ଦୁଃଖ ଅବସାଦ
କୁହୁଡିର ଭ୍ରମ ସେଇ....
କୋଟି ଯୁଗ ତୁହି ଥିବୁ ମୋର ପାଇଁ
ଆଜି ବି ଶିଶୁଟେ ମୁହିଁ
ତୋର ଆହା ପଦ ଅମୁଲ୍ୟ ମୋପାଇଁ
ସୁଖର କୈବଲ୍ୟ ତୁହି....
ତୋର ସ୍ନେହ, ଶ୍ରଦ୍ଧା ଅମୁଲ୍ୟ ରତନ
ନାହିଁ ମୂଲ୍ୟ ଦେବା ପାଇଁ
ତୋର ପଣତରେ ସବୁ ଶ୍ରଦ୍ଧା, ସ୍ନେହ
କେମିତି ଭୁଲିବି ମୁହିଁ....
ତୋର କୋଳେ ମଥା ରଖି ଶୋଇଗଲେ
ଯନ୍ତ୍ରଣା ଦୂରେଇ ଯାଏ
ତୋ ସ୍ନେହ ପରଶ ଅଭୁଲା ଜୀବନେ
ଅମୃତ କୈବଲ୍ୟ ସିଏ.....
ଭୁଲି ପାରୁନି ମୁଁ ତୋ ଠାରୁ ଦୂରେଇ
ଝିଅ ଜନମଟେ ପାଇ
ଦୁଃଖ, ସୁଖ ଭରା ଜୀବନର ନଈ
ତୋ ସଂସ୍କାରର ପଥ ଦେଇ.....
ଯେତେ ଲେଖିଲେ ବି କମ୍ ପଡ଼ିଯାଏ ତୋର ଅମୃତମୟ ସାନ୍ନିଧ୍ୟର
ମମତା ଲୋ ବୋଉ. ଶବ୍ଦ ସବୁ ଫିକା ଲାଗେ ତୋ ଶ୍ରଦ୍ଧା ର ଆବେଗ ରେ
ଜୀବନ୍ତ ଦେବୀ ତୁ ମୋର. କୋଟି, କୋଟି ପ୍ରଣାମ ତୋର ଶ୍ରୀ ଚରଣେ