STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଅମୃତମୟ ଉତ୍କଳ (୨୧)

ଅମୃତମୟ ଉତ୍କଳ (୨୧)

1 min
220


ଏ‌ହି ମୋର ପୂଣ୍ୟ ଭୂମି ଉତ୍କଳ ଜନନୀ

ଆର୍ଯ୍ୟ ଗୌରବର ଏହି ପରା ରଙ୍ଗ ଭୂମି

ଏହି ଉତ୍କଳ ଗୌରବ ସଂଗୀତ ଝଙ୍କାରେ

ଶାନ୍ତିର ସୁର ଗୁଞ୍ଜରେ ଦିଗ ଦିଗାନ୍ତରେ ।।


ବଳବନ୍ତ ସନ୍ତାନ ସମ୍ଭବା ମୋ ଜନନୀ

ଜ୍ଞାନ ଗୁଣ ବୈଭବରେ କୃତାର୍ଥ ଧରଣୀ

କ୍ଷୁଦ୍ର ପ୍ରାଣେ ଅବତୀର୍ଣ୍ଣ ସତେକି ଭବାନୀ

ୟେ ଉତ୍କଳ ବସୁଧାର ସମୁଜ୍ଜ୍ଵଳ ମଣି ।।


ଅମୃତମୟୀ ମୋ ମାଆ ଏଯେ ଦେବଭୂମି

ଶ୍ରୀମନ୍ଦିରେ ବିରାଜିତ ଜଗନ୍ନାଥ ସ୍ଵାମୀ

ସ୍ମରଣ ମାତ୍ରକେ ଜ୍ଞାନ ଚକ୍ଷୁ ଉନ୍ମୀଳିତ 

ଆତ୍ମା ସରସୀରେ ଭକ୍ତି ପଦ୍ମ ପ୍ରଷ୍ଫୁଟିତ ।।


ମହୋଦଧି ତଟ ଆହା ସତେକି ସୁରମ୍ୟ

ଯହିଁ ଲୀନ ହେଉଥାନ୍ତି ନଦ ନଦୀ ମାନ

ସେତଟେ ସୂର୍ଯ୍ୟ ମନ୍ଦିର ଚାରୁଚିତ୍ର କଳା

ବିଦେଶୀ ପରିବ୍ରାଜକେ କରିଛି ବାଉଳା ।।


ଉତ୍କଳ ରାଜନ୍ୟ କୀର୍ତ୍ତି କା‌ହିଁ ପଟାନ୍ତର

ନବକୋଟୀ କର୍ଣ୍ଣାଟୋତ୍କଳ କଳବର୍ଗେଶ୍ଵର

ହିମାଳ଼ୟୁ କୁମାରୀକା ଯାର ଜୟଜୈତ୍ରୀ

ଉତ୍ତାଳ ଉଲ୍ଲାସେ ଉଡେ ଯାର ବୈଜୟନ୍ତୀ ।।


ବୌଦ୍ଧଧର୍ମ ବୌଦ୍ଧସ୍ତୂପ ଅଶୋକ ସ୍ତମ୍ଭର

ଉତପତି ସ୍ଥଳ ମୋର ଅମୃତ ଉତ୍କଳ

ଐର ଖାରବେଳ ଠାରୁ ପଠାଣି ସାମନ୍ତ

ସୁବର୍ଣ୍ଣ ଯୁଗ ଶାସନ କି ଜ୍ୟୋତିଷ ଶାସ୍ତ୍ର ।।


ନଭଶ୍ଚୁମ୍ଵି ଜୟପ୍ରଭା ଦେଶଦେଶାନ୍ତରେ

ବ୍ୟାପିଛି ଦାବାଗ୍ନି ପ୍ରାୟେ ଅବନୀ ମଣ୍ଡଳେ

ପୁଣ୍ୟ ଜନ୍ମମାଟି ତା’ର ଚିତ୍ର ସମ୍ମୁଜ୍ଜ୍ଵଳ

ଅକିଞ୍ଚନ କି ବର୍ଣ୍ଣିବ ମହିମା ତାହାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational