STORYMIRROR

rasmi maye pati

Inspirational Others

3  

rasmi maye pati

Inspirational Others

ଅମୃତ ମୟ

ଅମୃତ ମୟ

1 min
200


ବିସ୍ତୀର୍ଣ୍ଣ ଚଟାଣ ପରେ ସ୍ତମ୍ଭିଭୂତ 

  ଛାତ ଟି ଶୁଭ୍ର ବର୍ଣ୍ଣ ର

ସତେ ଧରା ବକ୍ଷ ଚଟାଣ ଧୂସର

  ପ୍ରଶାନ୍ତ ଛାତ ନଭ ର।।।।

ତରୁ ପଲ୍ଲବିତ ଠିଆ ଧରା ପରେ

  ସତେ ଅଟ୍ଟାଳିକା କାନ୍ଥ

ଜାତି ଜାତି ଫୁଲେ କାନ୍ଥ ସୁଶୋଭିତ

  ଲାଗେ ଭାରି ଅପରୂପ।।।।

ଧୂସର ଚଟାଣେ ସବୁଜ ର ପାଟ

  ପ୍ରଭୁ ବିଞ୍ଚି ଦେଇଗଲ

ଶସ୍ୟ ଶ୍ୟାମଳ କରିଲ ଧରା କୁ

  ଅଟ୍ଟାଳିକା ସବୁଜ ର।।।।

ତା ଭିତରେ ପ୍ରଭୁ ଖଞ୍ଜି ଦେଇ ଗଲ

  ମାନବ ପଶୁ ବିହଙ୍ଗ

ଅସରନ୍ତି ଦାନ ଢାଳି ଦେଇ ଗଲ

  କରାଗ୍ରେ ତୁମ ଅମୃତ।।।।

ପକ୍ଷୀ ଙ୍କ କାକଳି ସୁର ଝଙ୍କାର ରେ

  ଶୁଭୁଚି ପଞ୍ଚମ ସ୍ୱର

ନଦୀ ଝରଣା ର କୁଳୁକୁଳୁ ନାଦ

  ସତେ ନୃତ୍ୟ ମୃଦଙ୍ଗ ର।।।

ବିହଙ୍ଗ କଣ୍ଠ ରେ ଛିଞ୍ଚିଲ ଅମୃତ

  ମହଦାନୀ ନିରାକାର

ଯାର ପ୍ରାପ୍ୟ ଯାହା ଯାଚି ଦେଇ ଗଲ

 ନାହିଁ ପାତର ଅନ୍ତର ।।।।

ଧନ୍ୟ ତୁମ ଦାନ ସେ ଅଟ୍ଟାଳିକା ରେ

  ଦେଇ ଦେଲ ମତେ ସ୍ଥାନ

ଅମୃତ ମୟ ସୃଷ୍ଟି ରଚି ଦେଲ

  ଆହେ ପ୍ରଭୁ ପରମବ୍ରହ୍ମ।।।

କି ବର୍ଣ୍ଣିବି ପ୍ରଭୁ ମହିମା ତୁମର

  ଛୋଟିଆ ଲେଖନୀ ମୋର

ଆଦି ଅନ୍ତ ହୀନ ବିଶ୍ଳେଷଣ ତୁମେ

  ଅଧମ ଅଟେ ମୁଁ ଛାର।।।।

କିଞ୍ଚିତ ଦାନ ରେ ବଞ୍ଚିଛି ଜଗତ

  ପରମ ଦୟାଳୁ ହରି

ତୁମ ଦୟା କ୍ଷମା ବୁଝିବାକୁ ପ୍ରଭୁ

  ସାମର୍ଥ୍ୟ ଦିଅ ସବୁରି।।।।

ଅମୃତ ମୟ ସୃଷ୍ଟି ରଚୟିତା

  ସବୁଠି ଅମୃତ ଛିଟା

ଦିଅ ଦିବ୍ୟ ଜ୍ଞାନ ତୁମ ଚରଣ ରେ

  ରହୁ ମୋ ଚିତ୍ତ ସର୍ବଦା।।।

ଅମୃତ ବରଷା ତୁମେ କରୁଥିବ

  ଆମେ ହେଉଥିବୁ ଧନ୍ୟ

ଦିଅ ବୁଦ୍ଧି ସର୍ବେ ତୁମ ଅମୃତ କୁ

  କରି ପାରିବୁ ସନ୍ଧାନ।।।

ସବୁରି ବୁଦ୍ଧି ରେ ଛିଞ୍ଚିବ ଅମୃତ 

  ହୁଅନ୍ତା କି ବିଷ ଦୂର

କଳୁଷିତ ପାପ ଯାଆନ୍ତା କି ଲିଭି

  ଏତିକି କରୁଣା କର।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational