STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଅମୃତ ମୟ ଉତ୍କଳ (୮)

ଅମୃତ ମୟ ଉତ୍କଳ (୮)

1 min
252


ପ୍ରାଚୀନ ଉତ୍କଳ ମହାନ ମହିମା ପୁରାଣେ ଅଛି ବର୍ଣ୍ଣିତ

ଗୌରବମୟ ସେହି କିମ୍ବଦନ୍ତୀ ମନେ ହୁଏ ଉଦ୍ଦଜିବିତ

ଅଭିଶାପେ କୁଷ୍ଠବ୍ୟାଧି ପ୍ରପୀଡିତ ଦ୍ଵାପରେ କୃଷ୍ଣ ଙ୍କ ପୁତ୍ର

ଏହି ସେ ମହାନ ଉତ୍କଳ ମହିମା ଯହିଁ ଲଭିଥିଲେ ମୁକ୍ତ ।


ଚନ୍ଦ୍ରଭାଗା କୂଳେ ଉପାସନାବଳେ ସୂର୍ଯ୍ୟ ଙ୍କ ଆଶିଷ ଲଭି

ମୁକତି ଲଭିଲେ ସେ ମହାବ୍ୟାଧି ରୁ ଏଇ ସେ ପବିତ୍ର ମାଟି

ଧରାରେ ଉତ୍କଳ ହୋଇଛି ଆଦୃତ ଜଳ ଅନିଳ ଅମୃତ

ସେ ଅମୃତ ଲୋଭେ ଦେବ କି ଗନ୍ଧର୍ବ ସଦା ଥାନ୍ତି ଲାଳାୟିତ ।


ବ୍ରହ୍ମଦେବ ପଞ୍ଚ ମଥାରୁ ଏକଇ ଚାପୁଡ଼ା ରେ ମହେଶ୍ୱର

କ୍ରୋଧେ ଛିଣ୍ଡାଇଲେ ବ୍ରହ୍ମଶାପେ ହସ୍ତେ ଲାଗି ରହିଲା ସେ ଶୀର

ପୁରସ୍ତମ କ୍ଷେତ୍ରେ ସେ ମଥା ମୋଚନ ଶମ୍ଭୁ ହସ୍ତୁ ହୋଇଗଲା

ଏହି ସେହି ପୂତ ପବିତ୍ର ଉତ୍କଳ ୟା କୀର୍ତ୍ତି ଆକାଶ ଛୁଆଁ ।


ପୁରାଣ ବର୍ଣ୍ଣିତ ଅମୀୟ ପବିତ୍ର ଭୁଇଁ ଏହି ମୋ ଉତ୍କଳ

ମୋ ମାଟିର ମାଆର ଗୌରବ ଛୁଇଁଛି ଉତ୍ତୁଙ୍ଗ ସ୍ଵର୍ଣ୍ଣ ଶିଖର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational