ଅମୃତ କଳସ
ଅମୃତ କଳସ


ଅମୃତ କଳସ ଧରି
ଲାଜେ ଲାଜେ ଅପସରୀ
ଅମ୍ବରୁ ଓହ୍ଲାଇ ଆସିଛି କି ସଖି
ସରଗ ରୁ ଅପସରୀ ।
ମଥା ରୁ ଓଢଣି ଅପସରୀ ଯାଇ
ଝଟକୁଛି ମୁଖ କାନ୍ତୀ
ଜୋଛନା କି ସତେ ଜମାଟ ବାନ୍ଧିଛି
ମନ ରେ ଜାଗୁଛି ଭ୍ରାନ୍ତୀ ।
କଳସ ରୁ ଝରି ପିୟୁଷ ର ଝର
ଧରା କୁ ଦିଏ ଭିଜାଇ
ପ୍ରକୃତି ର ଶୋଭା ମନ ନିଏ ମୋହି
ଅମୃତ ପରଶ ପାଇ ।
ନବ ପଲ୍ଲବ ରେ ବସନ୍ତ ରାଜା କୁ
ଚିଟାଉ ଲେଖୁଛି ବସି
ଆମ୍ର କାନନ ର ଅପରୁପ ଶୋଭା
ଝୁଲୁ ଅଛି ଆମ୍ବ କଷି ।
ପ୍ରାଂଶୁ ପାଦପ ରେ ପ୍ରବାଳ ପ୍ରସୁନ
ଫଗୁଣ ଦୋଳି ରେ ଝୁଲୁଛି
ସ୍ତବ୍ଧ ପଥିକ ମୁଗ୍ଧ ପ୍ରେକ୍ଷଣେ
ଭୁୟୋ ଭୁୟୋ ଘୁରି ଚାହୁଁଛି ।
ପକ୍ଷୀ ଙ୍କ କୂଜନ ହରି ନିଏ ମନ
ସୁଧା ଝରା ତାର ଗିତୀ
ଫୁଲ ପାଖୁଡା ରେ ମଧୂ ମକ୍ଷୀ ବସି
ଫୁଲ ସାଙ୍ଗେ ରଚେ ପ୍ରିତୀ ।
ବନ ,ଲତା , ବୃକ୍ଷ,ଜାତି ଜାତି ଫୁଲ
ପିୟୁଷ ପରଶ ପାଇ
ଚତୁର୍ଦ୍ଦିଗ ଦେଖ ଅମୃତ ମୟ
ବିଭୂ ଆଶୀର୍ବାଦ ପାଇ ।