Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଅମର

ଅମର

1 min
226



ଜନମ ହୋଇଲେ ମରଣ ନିଶ୍ଚିତ

ଅଛି କି ଏଥି ସଂଶୟ ?

ଅଷ୍ଟ ଚିରଞ୍ଜିବୀ ସଂସାରେ ଅମର

ନାହିଁ ଏଥିରେ ସନ୍ଦେହ ।

ଅଶ୍ଵତ୍ଥାମା ବଳି ବ୍ୟାସ ହନୁମାନ

ବିଭୀଷଣ କୃପାଚାର୍ଯ୍ୟ ।

ପରଶୁରାମ ମାର୍କଣ୍ଡେୟ ଏ ଅଷ୍ଟ

ଅମର , ନୁହଁ ଆଶ୍ଚର୍ଯ୍ଯ ।

ସନକ ସନନ୍ଦ ସନାତନ ତଥା

ସନତକୁମାର ଚାରି ।

ଅମର ବୋଲାନ୍ତି ସଂସାରେ ଭ୍ରମନ୍ତି

ଉଲଗ୍ନ ଏ ବ୍ରହ୍ମଚାରୀ ।

ଅମୃତ ପାନରେ ଦେବତା ଅମର

ଏକଥା ନ ଜାଣେ କିଏ ?

ଅମୃତ ପାନରେ ରାହୁ କେତୁ ପରା

ଅମର ହୋଇଲେ ଛାଏଁ ।

କୀରତି ଯାହାର ରହିଛି ମହୀରେ

ଅମର ବୋଲାଏ ସିଏ ।

ଧ୍ରୁବ ପ୍ରହଲ୍ଲାଦ ସପ୍ତର୍ଷି ଅମର

ପୁଣ୍ଯଶ୍ଳୋକ ନଳ ରାୟେ  ।

ପ୍ରାଣବଳି ଦେଇ ଦେଶ ହିତ ଲାଗି

ଜବାନ ରହେ ଅମର ।

କବିର ଲେଖନୀ ଅମର ରହଇ

କବିତା ଚିର ଭାସ୍ୱର  ।

ସନ୍ଥଜନଙ୍କର ବାଣୀ ବି ଅମର

ସବୁକାଳେ ପଡ଼େ ମନେ ।

ଗୀତା ଭାଗବତ ଅମର ସର୍ବଦା

ଏ କଥା ରଖିବ ମନେ। ।


Rate this content
Log in

Similar oriya poem from Inspirational