STORYMIRROR

Jagannath Das

Abstract Inspirational

4  

Jagannath Das

Abstract Inspirational

ଅମର ନେତାଜୀ

ଅମର ନେତାଜୀ

1 min
403


ଜୟଜୟ ହେଉ

ଅମର ନେତାଜୀ

ଜୟଜୟ ଓଡିଶା ମା


ଏଧରା ସରଗେ 

ସାରଥୀ ତୁମ୍ଭେହେଁ

ଦେଶରେ ପଡିଛି ରାହା....l୧


ଆପଣା କଲିଜା

ଚିପୁଡିଛି ଯହିଁ

ସରସରନିର୍ଝରଣ


ଧରାସରଗର

ବର ସାରଥୀ ହେ

କରିଛ କେତେ କର୍ଷଣ......୨


ତୁମେ ଯେ ଲଢିଛ

ସ୍ବାଧିନତା ପାଇଁ

ଭିଆଇ କେତେ ସଂଗ୍ରାମ


ଅଧାବାଟୁ ତମେ 

ପଳାଇ ଗଲହେ

ବିଧାତା ଲେଖା ଏ କର୍ମ......l୩


ସେଦିନର ସେହି

ବିରଂକ ପୁଂଗବ

ମୁହଁରେ ଦେଇଛି ହସ


ଦଳିତ ଜାତିର

ହିତ ତହିଁନ୍କର

ସମସ୍ତେ ହୁଅନ୍ତି ଖୁସ୍.....l୪


ସିଏ ଦେଶପୁଜ୍ୟ

ଆମରି ସମାଜେ

ଅଟନ୍ତି ସଭିଂକ ମହାନ


ସ୍ବାଧିନତା ପାଇଁ 

କେତେ କରିଛନ୍ତି

ଦେଶେ,ସିଏ ଅଗ୍ରଗଣ୍ୟ......l୫


ତା ପାଇଁ ଶୋଚନା

କରନି ଜନତା

ତା ମନ ତୋ ସୁଖେ ସୁଖୀ


ତୋ ନେତ୍ର ଲୋତକ

ଦେଖିଲେ ଜଗତେ

ତା ପରାଣ ହେବ ଦୁଃଖୀ......l୬


ସେ ପରା ଜଗତେ

ଅମର ଦେବତା

ଏ ଜଗତ ବିନଶ୍ବର


ଚାଲିଯାଇ ଅଛି

ଦେଶ ଖୋଜୁଅଛି

ଭବେ ସର୍ବ ବିଷାଦର......l୭



Rate this content
Log in

Similar oriya poem from Abstract