ଅମଣିଷ ଭଳି ହୁଅନି
ଅମଣିଷ ଭଳି ହୁଅନି
ଯେଉଁଠି ତୁମକୁ ସମ୍ମାନ ମିଳୁନି
ସେଠାକୁ ଜମାରୁ ଯାଅନି
ଯିଏ ବାରମ୍ବାର ହତାଦର କରେ
ତାର ସହ ସାଥି ହୁଅନି
ଯିଏ ତୁମକୁ ଧୋକା ଦେଉଅଛ
ତାଙ୍କୁ ବିଶ୍ୱାସକୁ ନିଅନି
ଯିଏ ତୁମକୁ ବିଶ୍ୱାସ କରୁଛି
ତାର ବିଶ୍ୱାସକୁ ଭାଙ୍ଗନି
ବଡ଼ ଲୋକଙ୍କୁ ଉତ୍ତର ଦିଅନି
ନିଆଁ ସଙ୍ଗେ ଜମା ଖେଳନି
ଅସ୍ତ୍ର ଶସ୍ତ୍ର ଯଦି ହାତେ ଧରିଅଛ
ଅନ୍ୟମନସ୍କ କେବେ ହୁଅନି
ଗରିବକୁ ଅର୍ଥ ବଳ ଦେଖାଅନି
ପାଗଳ ସାଥିରେ ଖେଳନି
ଦୁର୍ବଳକୁ ବାହୁ ବଳ ଦେଖାଅନି
ନାରୀଙ୍କୁ କେବେ ମାରନି
ଭିକାରୀକୁ କେବେ ଘୃଣା କରିବନି
ଦୁଃଖୀ ସଙ୍ଗେ ମଜା କରନି
ବାପା ମାଆଙ୍କୁ ହତାଦର କରି
ଅମଣିଷ ଭଳି ହୁଅନି....