STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଅମଣିଷ ଭଳି ହୁଅନି

ଅମଣିଷ ଭଳି ହୁଅନି

1 min
15

ଯେଉଁଠି ତୁମକୁ ସମ୍ମାନ ମିଳୁନି

ସେଠାକୁ ଜମାରୁ ଯାଅନି

ଯିଏ ବାରମ୍ବାର ହତାଦର କରେ

ତାର ସହ ସାଥି ହୁଅନି


ଯିଏ ତୁମକୁ ଧୋକା ଦେଉଅଛ

ତାଙ୍କୁ ବିଶ୍ୱାସକୁ ନିଅନି

ଯିଏ ତୁମକୁ ବିଶ୍ୱାସ କରୁଛି

ତାର ବିଶ୍ୱାସକୁ ଭାଙ୍ଗନି


ବଡ଼ ଲୋକଙ୍କୁ ଉତ୍ତର ଦିଅନି

ନିଆଁ ସଙ୍ଗେ ଜମା ଖେଳନି

ଅସ୍ତ୍ର ଶସ୍ତ୍ର ଯଦି ହାତେ ଧରିଅଛ

ଅନ୍ୟମନସ୍କ କେବେ ହୁଅନି


ଗରିବକୁ ଅର୍ଥ ବଳ ଦେଖାଅନି

ପାଗଳ ସାଥିରେ ଖେଳନି

ଦୁର୍ବଳକୁ ବାହୁ ବଳ ଦେଖାଅନି

ନାରୀଙ୍କୁ କେବେ ମାରନି


ଭିକାରୀକୁ କେବେ ଘୃଣା କରିବନି

ଦୁଃଖୀ ସଙ୍ଗେ ମଜା କରନି

ବାପା ମାଆଙ୍କୁ ହତାଦର କରି

ଅମଣିଷ ଭଳି ହୁଅନି....



Rate this content
Log in

Similar oriya poem from Inspirational