STORYMIRROR

Aishwarya Mishra

Inspirational

4  

Aishwarya Mishra

Inspirational

ଅମ୍ଳଜାନ ମୁଁ କିଣୁଛି

ଅମ୍ଳଜାନ ମୁଁ କିଣୁଛି

1 min
226

ଆଧୁନିକତାର ପରଶରେ ଆଜି

ଅନ୍ଧକ ମୁଁ ହୋଇଯାଇଛି ,

ଆଗରୁ କେବଳ ପାଣି କିଣି ମୁଁ 

ପିଇ ଦେଉଥିଲି,

ଏବେ ଅମ୍ଳଜାନ ବି କିଣୁଛି,

ମୁଁ ବିକଶିତ ଏବେ ହୋଇଛି ।


ସବୁ ଗଛ କାଟି ପଦା କରି ମୁଁ ଯେ,

କଙ୍କ୍ରିଟର ଜଙ୍ଗଲ ଗଢୁଛି ,

ବିଜ୍ଞାନ ବଳରେ ବଳୀୟାନ ହୋଇ

ପ୍ରକୃତିକୁ ନଷ୍ଟ କରୁଛି ,

ତଥାପି ଗର୍ବ ଯେ ଭାଙ୍ଗିନି ମୋହର

ମୁଁ ଅମ୍ଳଜାନ ବି କିଣୁଛି ।


ପ୍ୟାକେଟ୍ ଖାଦ୍ୟକୁ ପ୍ୟାକେଟ୍ ପାନୀୟ

ଧିରେ ଜହର ଗ୍ରହଣ କରୁଛି 

କିଛି ନ ବୁଝି କେଜାଣି କାହିଁକି 

ଟଙ୍କା ପଛରେ ମୁଁ ଧାଇଁଛି ,

ତଥାପି ବଞ୍ଚିବା ପାଇଁ ବାଧ୍ୟ ହୋଇ

ମୁଁ ଅମ୍ଳଜାନ କିଣୁଛି ।


ଅମ୍ଳଜାନ ନେଇ କେତେ ରାଜନୀତି

ଖବରରେ ଏବେ ରହୁଛି,

କରୋନା ଭୂତାଣୁ ବିଶ୍ଵକୁ ଏବେ

ଜୀବନର ମାନେ ବୁଝଉଛି ,

ତଥାପି ମୁଁ ଧାଏଁ ଅନ୍ଧାର ଗଳିରେ

ରସାତଳଗାମୀ ହେଉଛି,

ତଥାପି ବଞ୍ଚିବା ପାଇଁ ଇଚ୍ଛା କରି

ଅମ୍ଳଜାନ ମୁଁ କିଣୁଛି ।


ଲୋକ ଦେଖାଣିଆ ମନୋଭାବ ନେଇ

କୃତ୍ରିମ ହସ ହସୁଛି

ଗ୍ଲୋବାଲ୍ ୱାର୍ମିଙ୍ଗ୍ ର ସୃଷ୍ଟି କର୍ତ୍ତା ମୁଁ 

ଏ,ସି, ଲଗାଇ ବଞ୍ଚୁଛି,

ଏବେ ଅମ୍ଳଜାନ ମୁଁ କିଣୁଛି ।


କଳକାରଖାନା ପ୍ରତିଷ୍ଠା କରି ଦେଖ

ଶିଳ୍ପ ବିପ୍ଳବ ହସୁଛି

ମୁଁ କିନ୍ତୁ ଗୋଟେ ରୋବର୍ଟ୍ ହାତରେ

କ୍ରୀଡନକଟିଏ ସାଜିଛି,

ତଥାପି ଆଜି ମୁଁ ହସୁଛି,

ଏବେ ଅମ୍ଳଜାନ ମୁଁ କିଣୁଛି ।


ଆଧୁନିକତାର ପରଶରେ ଆଜି

ମୁଁ ଅନ୍ଧ ପାଲଟି ଯାଇଛି,

ତଥାପି ବଞ୍ଚିବା ପାଇଁ ଇଚ୍ଛା କରି

ଅମ୍ଳଜାନ ମୁଁ କିଣୁଛି,

ଏମିତିରେ ମୁଁ ବଞ୍ଚିଛି ।


Rate this content
Log in

Similar oriya poem from Inspirational