ଅମାନିଆ ବର୍ଷା***********
ଅମାନିଆ ବର୍ଷା***********
ଅଦିନିଆ ବର୍ଷା କୁ ଦେଖିଲେ
ସେ ଦିନର ସେଇ ବର୍ଷା
ଈର୍ଷାରେ ସତେ ଜଳୁଥିଲା ସିଏ
ଧୋଇ ନେଉଥିଲା ସବୁ ଭାଷା
କୋହଲା ପବନ ଗାଲ ଚୁମିଗଲେ
ସାଥୀ ତୁମକଥା ମନେପଡ଼େ
ସଜସଜ ସମ୍ମୋହିତ ବକ୍ଷୋଜ ପସରା
ଉତ୍ତାଳ ଗିରିସମ ନିତମ୍ବର ଧାରା
ଆଙ୍କିଦିଏ ସାତରଙ୍ଗେ ପ୍ରେମଧାରା
ମୃତ୍ୟୁମୁଖି ସ୍ପର୍ଶ ଉତ୍ତପ୍ତ ଲାଭାର
ନିଃଶବ୍ଦ ଜୁଆର ପରିଣତି
ଆଶାର ଅସ୍ୱଚ୍ଛ ବାସ୍ନା
ବେଶ୍ ଛଟପଟ କରାନ୍ତି
ନିଶବ୍ଦ ଅନ୍ଧାର ରାତିରେ
ଗହଳ ନିଦରେ ଶୋଇଗଲା ପରେ....
ନା ଏ ବର୍ଷା ଏକା ଶୋଉଛି,
ନା ମୋତେ ଏକା ଛାଡ଼ୁଛି।

