STORYMIRROR

Umashankar Satpathy

Romance

4  

Umashankar Satpathy

Romance

ଅମାନିଆ ବର୍ଷା***********

ଅମାନିଆ ବର୍ଷା***********

1 min
314


ଅଦିନିଆ ବର୍ଷା କୁ ଦେଖିଲେ

ସେ ଦିନର ସେଇ ବର୍ଷା 

ଈର୍ଷାରେ ସତେ ଜଳୁଥିଲା ସିଏ

ଧୋଇ ନେଉଥିଲା ସବୁ ଭାଷା 

କୋହଲା ପବନ ଗାଲ ଚୁମିଗଲେ

ସାଥୀ ତୁମକଥା ମନେପଡ଼େ 

ସଜସଜ ସମ୍ମୋହିତ ବକ୍ଷୋଜ ପସରା

ଉତ୍ତାଳ ଗିରିସମ ନିତମ୍ବର ଧାରା

ଆଙ୍କିଦିଏ ସାତରଙ୍ଗେ ପ୍ରେମଧାରା 

ମୃତ୍ୟୁମୁଖି ସ୍ପର୍ଶ ଉତ୍ତପ୍ତ ଲାଭାର 

ନିଃଶବ୍ଦ ଜୁଆର ପରିଣତି

ଆଶାର ଅସ୍ୱଚ୍ଛ ବାସ୍ନା 

ବେଶ୍ ଛଟପଟ କରାନ୍ତି 

ନିଶବ୍ଦ ଅନ୍ଧାର ରାତିରେ 

ଗହଳ ନିଦରେ ଶୋଇଗଲା ପରେ....

ନା ଏ ବର୍ଷା ଏକା ଶୋଉଛି, 

ନା ମୋତେ ଏକା ଛାଡ଼ୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance