The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Tapan Kumar Biswal

Drama Inspirational Thriller

4.3  

Tapan Kumar Biswal

Drama Inspirational Thriller

ଅମାବାସ୍ୟାର ଜହ୍ନ

ଅମାବାସ୍ୟାର ଜହ୍ନ

1 min
12.1K



ଚିହ୍ନି ନାହିଁ କେହି

ଦେଖି ନାହିଁ କେବେ

ଶୁଣି ନାହିଁ କେବେ ନାମ ll


ଦୁନିଆଁ କହୁଛି

ସଂସାର ଡାକୁଛି

ମୋତେ

ଅମାବାସ୍ୟା ର ଜହ୍ନ ll


ନାହିଁ ମୋ କୀର୍ତ୍ତି

ବିଶ୍ୱ ଭୁବନେ

ନାହିଁ ମୋ ଭାବମୂର୍ତ୍ତୀ ll


ଦୁନିଆଁ ପାଇଁ ମୁଁ

ଅଲୋଡ଼ା ଅଜଣା

ନାହିଁ ମୋ ନିଜର ସଂଜ୍ଞା

ନାହିଁ ଇତିହାସ

ନାହିଁ ସାମାଜିକ ଚିତ୍ର

ଦୁନିଆଁ ଆଖିରେ ମୁଁ ଦିଶେ ପ୍ରାୟ

ବଡ଼ ଅଦ୍ଭୁତ ବିଚିତ୍ର ll


ନାହିଁ ମୋ ହୃଦୟ

ନାହିଁ ମୋର ସ୍ଥିତି

ନାହିଁ ମୋର ତନୁ ମନ

ସେଥିପାଇଁ ଦିଶେ ଦୁନିଆଁ ଆଖିରେ

ଅମାବାସ୍ୟାର ଜହ୍ନ ll


ଦେଖି ନାହିଁ କେବେ 

ଦେଖିବନି କେବେ

ସ୍ୱଚକ୍ଷୁରେ ତୁମେ ମୋତେ

ଅନୁଭବ ଠାରୁ ବାସ୍ତବର ଦୂରତା ଯେତେ

ମୋ ଠାରୁ ତୁମେ ସେତିକି ଦୂରରେ 

କେମିତି ଦେଖିବ ସତେ ll


ନାହିଁ ସ୍ନେହ ଶ୍ରଦ୍ଧା

ନାହିଁ ସେ ଆଦର

ଦୁନିଆଁ ପାଇଁ ମୁଁ 

ଅଜଣା ଓ ପର

ଜୀବନ ମୋ ମୂଲ୍ୟହୀନ

କାହିଁକି କିଏ ବା ଭାବିବ ମୋ ପାଇଁ

ମୁଁ ପରା

ଅମାବାସ୍ୟାର ଜହ୍ନ ll


ସମ୍ମାନ ପାଇଁ ମୁଁ ବ୍ୟାକୁଳ ନୁହେଁ

ଲୋଡନାହିଁ କୀର୍ତ୍ତି ଧ୍ଵଜା

ଲୁହରେ ଭିଜିଛି 

ମୋ ଦୁଃଖ ଯନ୍ତ୍ରଣା

ହଜିଯାଇଛି ମୋ ମନ

ମୁଁ ଅମାବାସ୍ୟାର ଜହ୍ନ ll


ନାହିଁ ମୋ ଅସ୍ତିତ୍ବ

ନୁହେଁ ଆଶାବାଦୀ

କରୁନାହିଁ ଅଭିମାନ

ମୋର ଶେଷ ଇଚ୍ଛା

ରହିବି ସଂସାରେ ଏମିତି

ହୋଇ ଅମାବାସ୍ୟାର ଜହ୍ନ ll


   


Rate this content
Log in

More oriya poem from Tapan Kumar Biswal

Similar oriya poem from Drama