ଅମାବାସ୍ୟା
ଅମାବାସ୍ୟା
ଅମାବାସ୍ୟା ରାତ୍ରି ର ଅନ୍ଧକାର
କରିଛି ସତେ ବିସ୍ତାର
ଏ ସମଗ୍ର ନାରୀ ଜାତି
ପାଉ ନାହାଁନ୍ତି ସେଥିରୁ ନିସ୍ତାର ।।
ଅନ୍ଧକାର ମୟ ଏ ନିଶି ରେ
ସମସ୍ତେ ହୋଇଯାଇଛନ୍ତି ସୁପ୍ତ ପ୍ରାୟ
ସଭିଙ୍କ ସୁପ୍ତା ବସ୍ଥାରେ
ଘଟି ଯାଉଛି ସବୁ ପ୍ରକାର ଅନ୍ୟାୟ ।।
ନାହିଁ ଜ୍ୟୋସ୍ନା ର ଶୀତଳ କିରଣ
ନାହିଁ ପ୍ରଭୁ ଙ୍କ ଆଶିଷ
ସେଥିପାଇଁ ହେଉଛି ଅତ୍ୟାଚାର
ଧିରେ ଧିରେ ସବୁ ହେଉଛି ଶେଷ ।।
ଏ ଦୁଷ୍ଟ ପାପୀ ଙ୍କ ପାଇଁ
ତାରା ଆଲୋକ ନୁହେଁ ଯଥେଷ୍ଟ
ଜନମିବ ଏକ ନୂତନ ଆଲୋକ
ଯେ ହେବ ସଭିଙ୍କ ଇଷ୍ଟ ।।
ତା'ର ଜନମ ରେ
ହଟିବ ଅମାବାସ୍ୟା ରାତି
ସଭିଏଁ ରହିବେ ଖୁସିରେ
ଅନ୍ୟାୟ ଅତ୍ୟାଚାର ର ହେବ ଯେ ଇତି ।।