STORYMIRROR

Lokanath Rath

Action Classics Inspirational

3  

Lokanath Rath

Action Classics Inspirational

ଅମାବାସ୍ୟା ରେ ଆଲୋକ....

ଅମାବାସ୍ୟା ରେ ଆଲୋକ....

1 min
433


ସମୟ ର ଚକ୍ର ଘୁରେ ନିଜ କକ୍ଷରେ 

ପକୃତି ସଙ୍ଗେ ମିଶି କରଇ ଖେଳ 

ଦେଇଥାଏ ଏହି ଦୁନିଆକୁ ସିଏ 

କେବେ ସୂର୍ଯାଲୋକେ ଦିନ 

ଆଉ ସୂର୍ଯ୍ୟସ୍ତେ ଦିଏ ଅନ୍ଧକାର 

ତଥାପି ସେହି ଅନ୍ଧକାର ମଧ୍ୟେ ଚନ୍ଦ୍ରମା 

ସିଞ୍ଚଇ ତାର କିଛି କିରଣ ଆଲୋକ ପାଇଁ 

ଶୁକ୍ଳ ପକ୍ଷ ଯାଏ ରହେ ସିଏ ପୂର୍ଣମୀ ଯାଏ 

ଆଉ କୃଷ୍ଣ ପକ୍ଷେ ଅମାବାସ୍ୟା ଦିଅଇ |

ଏହି ଜୀବନ ଯାତ୍ରାରେ ଆସେ ପୂର୍ଣମୀ 

ଆଉ କେବେ ଅମାବାସ୍ୟାର ଅନ୍ଧକାର 

ସିଏ ସବୁ ଅଟେ ଫଳ ପାପ ଓ ପୁଣ୍ୟର 

କିଛି ଧର୍ମ ଆଉ ମାର୍ଗ ଅଧର୍ମର 

କିଛି କର୍ମ ସତ୍ୟ ଓ ଅସତ୍ୟର 

କେବେ ପୁଣି ଆସେ ପ୍ରେମର ସୁନ୍ଦରତା 

ଆଉ କେବେ ଦେଖାଏ ଘୃଣାର ଘୃନ୍ୟତା |

ଏତେ ସବୁ ଖେଳ ଦେଖି ବିଧାତା 

ହୁଅଇ ବିବ୍ରତ ଆଉ କରଇ ପ୍ରୟାସ 

କିଛି ଶିକ୍ଷା ଦେବ ଏହି ମାନବ ସମାଜକୁ 

ଦୀପକ ର ଆଲୋକରେ ନାଶିବ ଅନ୍ଧକାର 

ସେହି ଅଧର୍ମ, ଘୃଣା,ପାପ ଓ ଅସତ୍ୟର 

ମିଟାଇବ ମନରୁ ସବୁ ଅହଙ୍କାର 

ଜଗାଇବ ହୃଦୟରେ ପ୍ରେମ ଆଉ ପୁଣ୍ୟ 

ନାଶିବ ସବୁ ଅସମାନତାର ଚିନ୍ତନ 

ଆଲୋକିତ କରିବ ସ୍ନେହ ଓ ଶ୍ରଦ୍ଧା ଭାବରେ 

ଶିଖାଇବ ମନୁଷ୍ୟତାର ପକୃତ ଧର୍ମ 

ବାଣ୍ଟିବ ପୁଣି ମାନବ ମିଠା ମିଠା କଥା 

ଗଢ଼ିବ ସିଏ ବନ୍ଧୁତା ଓ ମିତ୍ରତା 

ଭୁଲି ଯିବ ସବୁ ଭେଦ ଭାବ 

ଆନନ୍ଦରେ ପାଳିବ ଦୀପାବଳୀ ଉତ୍ସବ 

ଜାଳିବ  ଧର୍ମ, ପୁଣ୍ୟ, ସତ୍ୟ ଓ ପ୍ରେମର ଦୀପ 

ସେହି ଅମାବାସ୍ୟାର ଅନ୍ଧାର ଦୂର କରିଦେଵ 

ସମସ୍ତେ ଏକାଠି ମିଶି, ସବୁ ଭୁଲି 

ଆନନ୍ଦେ ଉଲ୍ଲାସେ ନାଚି ନାଚି ଯିବେ 

କହିବ ପୁଣି ସେହି ସମୟ 

ଦେଖ, ଅମାବାସ୍ୟା ରେ ଆଲୋକ |

ତେବେ, ଆସ ଏହି ସୁନ୍ଦର ବେଳାରେ 

ପାଳିବା ଦୀପାବଳୀ ର ପବିତ୍ର ଉତ୍ସବ 

ଜାଳିବା ନୂତନ ଆଶାର ପ୍ରଦୀପ 

ଭୁଲିଯିବା ଅତୀତର କଳଙ୍କିତ ଇତିହାସ 

ଲେଖିବା ପ୍ରଗତିର ନୂତନ କାହାଣୀ 

ରଚି ନୂଆ ନୂଆ କେତେ କୀର୍ତ୍ତିମାନ 

ଭାଇଚାରା ର ସଂସ୍କୃତିକୁ ସାଥୀ କରି 

ବଢାଇବା ଜାତି ଓ ଦେଶର ସମ୍ମାନ 

ସବୁଦିନ ପାଇଁ ସାକ୍ଷୀ ରହିବ ଆମର 

ଏହି ଅମାବାସ୍ୟା ରେ ଆଲୋକ ର ଶିଖାମାନ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action