STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

ଅମାବାସ୍ୟା (ଓଡ଼ିଆ କବିତା)

ଅମାବାସ୍ୟା (ଓଡ଼ିଆ କବିତା)

1 min
210


ଦିବସେ ଭାସ୍କର ରାତ୍ରୀ କାଳେ ଚନ୍ଦ୍ରମା 

  ଅନ୍ଧାରକୁ ନାଶି ଆଲୋକ ଦିଅନ୍ତି 

     ଉଜ୍ଜ୍ବଳେ ଶୋଭାମୟୀ 

        ଦିଶେ ବସୁଧା, 

ଆଲୋକ ବିନା ସବୁ ଥାଏ ଅଦୃଶ୍ୟ ଅଜଣା 

    ହୁଏନା କିଛି ବି କରି ଧାରଣା 

      ସ୍ଥାଣୁ ପ୍ରାୟେ ମଣିଷ ବସି 

         ସହିଯାଏ ବାଧା।

ଚନ୍ଦ୍ରକଳାର ହ୍ରାସ ବୃଦ୍ଧି ଭୌଗୋଳିକ ରୀତି 

   ପୃଥିବୀର ଆବର୍ତ୍ତନେ ପରିକ୍ରମଣେ 

      ସମୟାନୁସାରେ ଚାଲିଥାଏ 

          କ୍ରମାଗତ ଘଟି, 

ହୁଏ ପୂର୍ଣ୍ଣିମା ହୁଏ ପୁଣି ଅମାବାସ୍ୟା ତିଥି 

   ପ୍ରଭାବ ପଡେ ତାର ଏ ସମାଜେ 

     ଗ୍ରହ ନକ୍ଷତ୍ରର ସ୍ଥିତି ଗଣନା 

        ହୁଏ ରେଖା କାଟି। 

ପୂର୍ଣ୍ଣିମା ଦିଏ ଆନନ୍ଦ ଅମାବାସ୍ୟା ଦିଏ ବିଷାଦ 

  ଭାବନ୍ତି ମନେ କେତେ ଶୁଭ ଅଶୁଭ 

      କରି ପକ୍ଷପାତ ବିଚାର 

         ଶାନ୍ତି ହୁଏ ନଷ୍ଟ,

ଅମାବାସ୍ୟା ଦିନ ହେଲେ କନ୍ୟା ସନ୍ତାନ ଜାତ 

  ଅଶୁଭ ବୋଲି ସମାଜେ ଅନାଦୃତ ହୋଇ  

     ଭୋଗ କରେ ଲାଞ୍ଛନା କେତେ

        ପାଏ ଖାଲି କଷ୍ଟ।

ଏ ଅମାବାସ୍ୟା ନୁହେଁ ଶୁଭ କି ଅଶୁଭର ବେଳା 

  ଏ ଅଟଇ ଘନ ଅନ୍ଧକାରର ଏକ ପ୍ରତୀକ 

     ସୂଚାଏ ଆଲୁଅ ଅନ୍ଧାରର ଫରକ 

         ହେବାକୁ ସଚେତନ, 

ଅଜ୍ଞାନ ଜୀବନ କାଟେ ଦୁଃଖର ଅନ୍ଧାରେ

 ଜ୍ଞାନୀ ଗୁଣି ରହେ ଜ୍ଞାନର ଆଲୋକେ 

    ନିଜକୁ କରି ସେ ସାବଧାନ 

      ସତ୍ୟରେ ରଖେ ଧ୍ୟାନ।

ଅମାବାସ୍ୟା ଚେତାଇ ଦିଏ ଜୀବନେ ଅଛି 

   ଅନେକ ଅନେକ ଜଟିଳ ସମସ୍ୟା 

    ତାର ସମାଧାନ ପାଇଁ ଲୋଡା 

         ଜ୍ଞାନର ଆଲୋକ,

ସେ ଜ୍ଞାନର ଆଲୋକ ପାଇବା ଭାରି କଷ୍ଟ 

  ସେ କଠିନ ପରିଶ୍ରମ ସାଧନାର ଫଳ 

     ଉଦ୍ୟମ ବଳେ କରି ପ୍ରାପ୍ତ 

      ଜୟ କରେ ଭୂଲୋକ। 

   


         




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy