STORYMIRROR

DR SAMIR RANJAN BEHERA

Inspirational

3  

DR SAMIR RANJAN BEHERA

Inspirational

ଅଳକା

ଅଳକା

1 min
125

ସେଦିନ ତୁମ ଆଖିରେ ଦେଖିଥିଲି

ପ୍ରେମର ବନ୍ୟା

ମନରେ ମତୁଆଲା ପିଆଲା

ଆଖିରେ କାମନାର ଅଗ୍ନି 

ଭଅଁର ଭଳି ଉଡ଼ୁଥିଲୁ

ଏ ଫୁଲରୁ ସେ ଫୁଲକୁ 

ଯୌବନର ଅସଜଡ଼ା ସମୟ

ଆଃ କି ଥିଲା ସେ ରୋମାଞ୍ଚ

ରଙ୍ଗୀନ ଦୁନିଆ ଥିଲା ତୋର

ଆଉ ତୋ ପାଇଁ ବି ସବୁ ଥିଲେ ରଙ୍ଗୀନ 

ଅଳକା ହୋଇ ଅଳସ ସାଜିଥିଲ

ଆଉ କେତେ ଯେ ପ୍ରେମର ଚିହ୍ନ ଛାଡିଦେଇଗଲ

ହିସାବ ନଥିଲା ତାର ll

ହେଲେ ଏବେ ଗୋଧୂଳି ଆସିଯାଇଛି

ରଙ୍ଗ ଝଡ଼ିଯାଇଛି

ବାଳ ଧୂସର ପଡିଯାଇଛି

ଫୁଲ ମଉଳି ଯାଇଛି 

ନା ଭଅଁର ନା ପ୍ରଜାପତି

କେହି ପଚାରୁ ନାହାନ୍ତି 

ଦେହରେ ଜଳୁଥିବା ନିଆଁ ବି ଲିଭିଯାଇଛି

ମୁଠାଏ ପାଉଁଶ ପଡ଼ିରହିଛି

ଆଉ ଅଳକା

ସେଇ ପାଉଁଶ ଭିତରେ ନିଜକୁ ଖୋଜୁଛି 

ସ୍ମୃତି ସାଉଣ୍ଟୁଛି

ଏକ ନିସ୍ତେଜ ଶରୀରରେ l

ରେ ଅଳକା ଏଇ ହେଲା ଦୁନିଆ

ଯେଉଁଠି ଦେହର ମୂଲ୍ୟ କିଛି ଦିନ

କିନ୍ତୁ ମନ କର୍ମ

ଚିର ଦିନ ଚିର ଦିନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational