STORYMIRROR

Sadananda Sahoo

Classics Inspirational Others

4  

Sadananda Sahoo

Classics Inspirational Others

ଅଳକା ସ୍ମୃତି ସମାରୋହ

ଅଳକା ସ୍ମୃତି ସମାରୋହ

1 min
286


ସ୍ମୃତିରୁ ବିସ୍ମୃତି ହୋଇ ନାଇଁ ଛବି

   ଇତିହାସ ମୂକ ସାକ୍ଷୀ  

 ଉତ୍କଳୀମାଆର ଅଳକା ଆଶ୍ରମ

   ସଂଗ୍ରାମୀର ଥିଲା ସାଥୀ  ॥

    

ଅଳକା ନଦୀର ସୁଶୋଭିତ ତଟ

    ଅଳକା ଆଶ୍ରମ ଭବ୍ୟ

ଜଗତସିଂହପୁର ଗୌରବେ ଗର୍ବୀତ

   ସାଧନାରେ ଥିଲା ପୀଠ ॥  


ପୂଜ୍ଜ୍ଯ ବରେଣ୍ୟଙ୍କ ମାନସ ସନ୍ତାନ

     ପବିତ୍ର ଅଳକା ପୀଠ 

ଏଭାବ ସନ୍ଦେଶ ହେଉ ଉଜ୍ଜୀବିତ

   ଉତ୍କଳୀମାଆ ହେଉ ଶ୍ରେଷ୍ଠ  ॥


ଅଳକା ସାନିଧ୍ଯ ଲଭି ଥିଲେ ସତ୍ଯ

     ଗୋପବନ୍ଧୁ ବର ପୁତ୍ର

କରକମଳରେ ଆଙ୍କି ଦେଇଥିଲେ

     ଅଳକା ଆଶ୍ରମ ଚିତ୍ର  ॥


କେତେଯେ ସଂଗ୍ରାମୀ ହୋଇଥିଲେ ମେଳି

       ପବିତ୍ର ପୀଠରେ ତା'ର

ଜାତୀୟତା ବୋଧ ଅଳକା ସନ୍ଦେଶ

      ଆଣିଥିଲା  ଜାଗରଣ ॥


କବି ବରପୁତ୍ର ହେ'ବୀର କିଶୋର 

       ତୁମେତ ଅଳକା ସୁତ

ଜାତୀୟତା ବାଦୀ ହେ ସଂଗ୍ରାମୀ ସାଥୀ

      ଜାଗରଣେ ସଦା ପ୍ରୀତ ॥


 ଉତ୍କଳୀୟ ଛବି ସାହିତ୍ୟ ସଂହତି

     ଜାଗରଣ ବାରି ଧାରା

ଅଳକାର ଦାନ ଅଗ୍ନୀ ବର୍ଷା ବାଣ

    ସଂଗ୍ରାମୀର ବାର୍ତ୍ତା ପରା ॥


ଅଳକା ଏନ୍ତୁଡି  ଦେଇଥିଲା ଯୋଡି

    ସୁଯୋଗ୍ୟ ସନ୍ତାନ କେତେ

ପୁର୍ଣ୍ଣ ସ୍ଵାଧୀନତା ଅଳକା ସଦିଚ୍ଛା

    ଝଡଝଂଜା ଆସୁ ଯେତେ ॥


ଗାନ୍ଧୀବାଦୀ ନୀତି ଅଳକାର ପ୍ରୀତି

      ଲବଣର ସତ୍ୟାଗ୍ରହ

 ସ୍ଵରାଜ୍ୟ ଆମର ଜନ୍ମ ଅଧିକାର

    ହେଜ ଆହେ ଗୌର ଗ୍ରହ॥


ନାରୀ ଜାଗରଣ ଅଳକା କଲ୍ୟାଣ

     ଗୌରବମୟ ଅଧ୍ୟାୟ

ମାଳତୀ ସରଳା ରମାଦେବୀ ବାଳା

     ମାତୃଭୂମି ପ୍ରୀତି ଶ୍ରେୟ ॥


ମାଟିର ମହକ ହେଲା ଉଜ୍ଜୀବିତ

    ସ୍ଵାଧୀନତା ଥିଲା ଲକ୍ଷ୍ୟ

କେତେ ନରନାରୀ ସ୍ବଇଚ୍ଛାରେ ଆସି

    ସଂଗ୍ରାମରେ ଦେଲେ ଝାସ ॥


ନାରୀ ଜାଗରଣ ଅଳକା କଲ୍ୟାଣ

    ଶିକ୍ଷାକ୍ରାନ୍ତି ନବଧାରା 

ସଂଗ୍ରାମର ବାର୍ତ୍ତା ନାରୀ ଅଧିକୃତା

    ଆଦ୍ଯଶକ୍ତି ମାଆପରା l



Rate this content
Log in

Similar oriya poem from Classics