STORYMIRROR

Satyanarayan Sahoo

Horror Classics Children

4  

Satyanarayan Sahoo

Horror Classics Children

ଅଲିଅଳି

ଅଲିଅଳି

1 min
331


ରାତି ପାହି ଥିଲା ତାର ଆହା କି ଯୋଗ ରେ

ଦୁଇ ହଜାର ବାର ମସିହା ସମୟରେ ।


ଫେବୃଆରୀ ଅଠର ତାରିଖ ସକାଳ ରେ

ଭଦ୍ରକ ସହରେ ଏକ ଅଳିଆ ଗଦାରେ ।


ମିଳି ଥିଲା ଏକ ଅଲିଅଳି ନବ ଜାତ

ଶିଶୁ ଟିଏ କୁକୁର ଟେ ଖାଉ ଥିଲା ହାତ ।


କୁଆଁ କୁଆଁ ରାବ କରି କାନ୍ଦି କି କମ୍ପାଇ

ଦେଉ ଥିଲା ସ୍ଥାନ ଟିକୁ ସେହି ଅଲିଅଳି ।


ଟାଣି ଝୁଣୀ ପକାଏ ତା ' ଡାହାଣ ହାତକୁ

କୁକୁର ଟି ଖାଦ୍ୟ ଭାବି  ନରମ ମାଂସକୁ ।


ସଦ୍ୟ ଜନ୍ମ। ଶିଶୁ କନ୍ୟା ଅଲିଅଳି ତାକୁ

ମିଳି ଥିଲା ଏ ଅଵସ୍ଥା ଘେନି ଦେଖିବାକୁ ।


ଅବୈଧ ଭାବେ ଜନ୍ମିତ କରି ତାକୁ କେହି

 ମାରି ନ ଦେଇ ସେ ଏଥେ ଯାଇଛି ପକାଇ ।


ଆହା କି କରୁଣ ଦୃଶ୍ୟ ହୃଦ ଦାହ କର

ଚାହୁଁ ଚାହୁଁ ଜନେ ଆସି କରି ହା ହା କାର

ଓଳିଆ ଗଦା ରୁ ତାକୁ କରିଲେ ବାହାର ।


ଅଜସ୍ର ଦେଖଣା ହାରି , କରି କୋଳାହଳ

ଦଣ୍ଡକ ଭିତରେ ତହିଁ ହୋଇ ଗଲେ ମେଳ ।


ଉଦ୍ଧାର କରି ସେ ଠାରୁ ଚିକିତ୍ସା କରାଇ

" ବାତ୍ସଲ୍ୟ " ଅନଥା ଶ୍ରମେ ରଖି ଥିଲେ ନେଇ । 


ଅପରା ଜିତା ନାମ ରେ ସେହି ଅଲିଅଳି

ଶିଶୁ ଭାବେ ପରିଚିତ ହେଇ ଥିଲା ବଢ଼ି  ।


ସୁଖ ଦୁଃଖ ଭରା ତା' ର ଜୀବନ କାହାଣୀ

ଅଲିଅଳି ଅନାଥ ସେ , ହୃଦ ହୁଏ ହାଣି ।


ଡାହାଣ ହାତକୁ ଝୁଣୀ , ଦେବାରୁ କୁକୁର

ଭିନ୍ନକ୍ଷମ ହୋଇ ଗଲା ଜୀବନ ରେ ଚିର ।


ସେହି ଅଲିଅଳି ତହୁଁ ଛଅ ବର୍ଷ ପରେ

ସ୍ଫୋଡା ଦମ୍ପତି ଙ୍କ ପୋଷ୍ୟ ସନ୍ତାନ ଭାବରେ ।


ଆମେରିକା ଯାଇ ଏବେ ଅଛି ସେହି ଠାରେ

କରା ଅନୁଷ୍ଠାନ ର ସହଯୋଗ ଫଳରେ ।


ବହୁତ , ଅନାଥ ଅଲିଅଳି ଶିଶୁଙ୍କର

କରା ଅନୁଷ୍ଠାନ କରେ , ଜୀବନ ମଧୁର ।



Rate this content
Log in

Similar oriya poem from Horror