STORYMIRROR

pratap nayak

Tragedy

3  

pratap nayak

Tragedy

ଅଲେଖା ସମ୍ପର୍କ

ଅଲେଖା ସମ୍ପର୍କ

1 min
1.9K



ମଗୁଶୁରିଆ ଆବୁରା ଶୀତରେ ଯଦି ମୁଁ ଚାଲିଯାଏ

ବ୍ୟସ୍ତହେଇ ଲୁହ ଗଡେଇବନି ଯମା

ଯମା ନିଜକୁ ସଂଦେହ ବି କରିବନି

ଇଏତ ମୋ କର୍ମଫଳ

ଫଳିଛି ନିଶ୍ଚେ ପ୍ରୌଢତ୍ୱ ପୂର୍ବରୁ

ସଜେଇ ଥିବା ଘରେ ମୋର

ଛିଞ୍ଚିଦବ ଗଂଗାପାଣି

ତୁମ ସରୁ ଅଂଗୁଳିରେ

ବେଶି ଗାଧୋଇବନି ଅବେଳାରେ

ଜ୍ୱରଥିଲା ......ଥିଲା ଥଣ୍ଡା ବି

ଖୁଁ ଖୁଁ କାଶ ବଢିଗଲେ

ଅଧରାତିରେ

ପାଖରେ କିଏ ଥିବ ଯେ

ବେଶି କାନ୍ଦିବନି ରାତିସାରା ଅନିଦ୍ରାରେ

ସକାଳୁ ତୁମ ଆଖିର ଫୁଲାରେ

କିଏକାଳେ ଯାଣିଦବ

ଆଉ ଗାଁସାରା ନେଇ ଯୋଡିଦବ

ଆମ ଅଲେଖା ସମ୍ପର୍କ

ମୁଁ ଯାଣେ ତୁମ ହୃଦୟ ସ୍ପନ୍ଦନ

ତୁମେ ସହିପାରିବନି

କି ରହିପାରିବନି

ନିରବିଥିବା ମୋ ଆତ୍ମା

ତୁମ ବର୍ତ୍ତମାନର ଚାରିପଟେ

ସିନା ଘୁରିବୁଲୁଥିବ

ହେଲେ

ନା ଜଡେଇ ପାରିବ ଛାତିରେ

ନା ଲୁହ ପୋଛିଦେବ

କି ଏଣୁତେଣୁ କଥା କହି ଭୁଲେଇ ପାରିବ

ସତ କହୁଛି

ମୁଁ ଏସବୁ କେବେ ସହିପାରିବିନି

ଚିରାଚରିତ ତୁମ ଫେଣ୍ଟାଫେଣ୍ଟି ମନ

ଭୁଲେଇବ ଯେମିତି

ଯେମିତି

ବର୍ତ୍ତମାନକୁ ଭୁଲୋଉଥିଲା ମୋର

ସଜୋଉ ଥିଲା ଇଚ୍ଛାକୁ କାହାର

୭୦୦୮୦୫୪୨୮୨


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy