STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ଅଲେଖା କବିତା

ଅଲେଖା କବିତା

1 min
241

ବେଳେ ଅନେକ ଶବ୍ଦ ଭାସିଆସେ

ହୃଦୟର ନିଷିଦ୍ଧ ଅଗଣାରେ..

ଲେଖିବା ମୋହ ଘାରି ହୁଏ

ବିଦଗ୍ଧ ମନର ଅଦେଖା କୋଣରେ

ହେଲେ କେତେବେଳେ ପୁଣି

ସୃଜନର ତଣ୍ଟି ଚିପି ହୁଏ....

ସଂସାରରେ ମନସ୍କ ହେବା ବାଧ୍ୟ୍ୟ ବାଧକତାରେ

ଭୁଲିହୋଇଯାଏ ଆପଣା ଛାଏଁ ଶବ୍ଦ ସବୁ

ସେଇ ଅଦେଖା ତରଙ୍ଗରେ..

ଗୋଟେ ପଟେ ଲେଖିବାର ଦୁର୍ବାର ମୋହ

ଅନ୍ୟ ପଟେ ଜୀବନ ଚର୍ଯ୍ୟା ବାସ୍ତବତାର

ତଥାପି ଏ ଦୁନିଆଁରେ ଅହରହ ଜଳିବାକୁ ହୁଏ

ଠିକ ସେ ମହମ ପରି....

ନିଜର ସବୁ କିଛି ଉସର୍ଗ କରିବାକୁ ହୁଏ

ଇଚ୍ଛା, ଆକାଂକ୍ଷା, ସବୁକିଛି..

ସେ ଲେଖନୀର ମୋହ ଦିନେ ଅଣନିଃଶ୍ୱାସୀ କରେ

ତାରି ଭିତରେ ଲେଖି ହୋଇଯାଏ ଅନେକ କବିତା

ଅନେକ ରହିଯାଏ ପୁଣି ଅଧା ଲେଖା ହୋଇ..

କୋଉ ଅଦେଖା ଡାଏରୀ ପୃଷ୍ଠାରେ ସବୁଦିନ ପାଇଁ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy