STORYMIRROR

Ajit Kumar Raut

Romance

3  

Ajit Kumar Raut

Romance

🎂🎂ଅଲୌକିକ ଖେଳ🎂🎂

🎂🎂ଅଲୌକିକ ଖେଳ🎂🎂

1 min
151


ଅପୂର୍ବ ସମୟ ଅଲୌକିକ ଖେଳ

ଖେଳୁଥିଲୁ ଶିଶୁ କାଳେ,

ମାଆ କୋଳ ଛାଡି ଗାଁଆ ମାଟି ଧୂଳି

ବୋଳୁ ଥିଲୁ କୋଳାହଳେ।୧।


ଠୁକୁ ଠୁକୁ ଚାଲି ମନ ମୋହୁ ଥିଲି

ପଡି ଯାଉଥିଲି ମୁହିଁ,

କାନ୍ଦି ଉଠୁଥିଲି ହସି ଦେଉଥିଲି

ମାଆ ରାବୁ ଥିଲି ମୁହିଁ।୨।


ଅନ୍ୟ ପିଲାମାନେ ଆସନ୍ତି ଘରକୁ

ମୋ ସଙ୍ଗେ ଖେଳିବା ପାଇଁ,

ବାହାଘର ଖେଳ ଖେଳୁଥିଲୁ ଆମ୍ଭେ

ମାଟିର କଣ୍ଢେଇ ନେଇ।୩।


ଧିରେ ଧିରେ ଆମ୍ଭେ ବଡ଼ ହେଉଥିଲୁ

ଅବାଧ୍ୟ ବି ହେଉ ଥିଲୁ

କଥା ନ ଶୁଣିଣ ସାଙ୍ଗକୁ ଘେନିଣ

ଆମ୍ବ ତୋଟେ ଚାଲିଗଲୁ ।୪। 


ବଡ଼ ଥିଲା ରାମୁ ଦୁଷ୍ଟ ମଧ୍ୟ ଥିଲା

ଆମ୍ବ ଗଛେ ଚଢି ଗଲା,

ଆମ୍ବ ତୋଳି ସିଏ ଆମ୍ବ ଦେଉ ଥିଲା

ପଡ଼ିଣ ପୁଣି ସେ ଗଲା।୫।


କାନ୍ଦ ଶୁଣି ତାର ବାପା ମାଆ ଆଉ

ଦୌଡ଼ି ଆସିଲେ ମୋ ମାଆ,

ସାଇ ପଡୋଶୀ ବି ଦୌଡ଼ି ଆସିଲେ

ରାମୁ ରାବୁ ଥିଲା ମାଆ।୫।


ପ୍ରଭୁଙ୍କ ଦୟାରୁ କିଛି ହିଁ ନହେଲା

ରକ୍ଷା କଲେ ତାକୁ ପ୍ରଭୁ

କୋଳ କରି ମାଆ ମତେ ଘେନି ଗଲା

ଡାକୁ ଥିଲା ପ୍ରଭୁ ପ୍ରଭୁ।୬।


ଏହି ସବୁ କଥା ଅଜା କହୁଥିଲେ

ଖୁସି ହେଉଥିଲି ମୁହିଁ,

ଶିଶୁ କାଳ ନୀଳା ଅପୂର୍ବ ଅଟେଟି

ଜାଣି ଥିଲି ତେବେ ମୁହିଁ।୭।


ଅପୂର୍ବ ସମୟ ଅଲୌକିକ ଖେଳ

ଖେଳୁଥିଲି ଶିଶୁ କାଳେ,

ମାଅ କୋଳ ଛାଡି ଗାଁଆ ମାଟି ଧୂଳି

ବୋଳୁଥିଲି କୋଳାହଳେ।୮।




ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Romance