ଅକୁହା କଥା
ଅକୁହା କଥା
ଅକୁହା କଥା
ଖୁବ ବେଶୀ ନିଜର
ଭାବିବା ଭୁଲ ନୁହେଁ ।
ଅପରାଧ ବୋଲି କହିଥିଲ ତୁମେ
ସନ୍ଧ୍ୟା କାଳରେ ସମୁଦ୍ର ଗର୍ଭ ରେ
ଯେତେବେଳେ ଆମେ ,...
ଆପଣ ରୁ ତୁମେ ,
ତୁମେ ରୁ ମୁଁ...
ମୁଁ କେବଳ ମୁଁ ହିଁ
ମୁଁ ହେଇ ରହି ଯାଇଥିଲି ।
ନିଜର ସତ୍ତା କୁ ପାଇଥିଲି
ଆଉ ତୁମକୁ ହଜେଇଦେଇଥିଲି
ସେଇ ସମୁଦ୍ର ଗର୍ଭରେ
ସମୁଦ୍ର ସବୁକିଛି ଫେରେଇଦିଏ
କେବଳ ତୁମକୁ ଛାଡି
ସେ ମଧ୍ୟ ସ୍ୱାର୍ଥ ପର ହେଇଯାଏ
ତୁମକୁ ପାଇ ।
ପୁଣି ଥରେ ଭୁଲ ପ୍ରମାଣିତ ହୁଏ
ଲୋକ କଥା ....
ଠିକ ପ୍ରମାଣିତ ହେଇ....
କଣ କିଛି ମିଳିଲା ତୁମକୁ
ମୁଁ ଭୁଲ ପ୍ରମାଣିତ ହେଇ
ମୋତେ ଅନେକ କିଛି ମିଳିଛି ।।
ତାହା କଣ ତୁମେ ଜାଣିବାକୁ ଚାହିଁବ ?