STORYMIRROR

Bijoy Jena

Horror Tragedy Others

3  

Bijoy Jena

Horror Tragedy Others

ଅକସ୍ମାତ୍

ଅକସ୍ମାତ୍

1 min
146


୧୯୭୬ମସିହାର ସେ ଥିଲା

ଏକ ଆତଙ୍କିତ ଓ ରୋମ ଟାଙ୍କୁରି ଯିବାର

ଆକସ୍ମିକ ଘଟଣା।

ଦଦରା ନାବ ଟିଏ

ଆମେ ତେର ଜଣ ଯାତ୍ରୀ

ନାବିକକୁ ମିଶାଇ।

ଚିଲିକା ଦ୍ଵୀପ ଅନ୍ତର୍ଭୁକ୍ତ କ୍ଷୁଦ୍ର ପଲ୍ଲୀ

ବ୍ରହ୍ମପୁର ତାର ନାଆଁ

ନିକଟସ୍ଥ ସାତପଡ଼ା ଗ୍ରାମ

ପ୍ରାୟ ତିନି କି, ମି ରାସ୍ତା

ଚିଲିକାରେ ନୌ ଯାତ୍ରା

ରାତି ପ୍ରାୟ ନଅ ଘଟିକା

ଅନୁକୂଳ ପାଗ, ଉତ୍ତରା ପବନର

ବେଗ ମନ୍ଦ ମନ୍ଦ

ନାବ ଟି ଯେ ବହୁ ଛିଦ୍ର ବିଶିଷ୍ଟ

ଜଣା ନ ଥିଲା କାହାକୁ

କୂଳରେ ପହଞ୍ଚିବାକୁ ଅଳ୍ପ ବାଟ ଅଛି

ହଠାତ୍ ଚାରି ପଟୁ ଜଳ ପଶି

ନାବକୁ ଅଥୟ କରି ପକାଇଲା

ଯାତ୍ରୀ ଙ୍କର ଅସନ୍ତୁଳନ ଭାବ

ଉଚ୍ଚ ସ୍ଵର ଚିତ୍କାର

ହଠାତ୍ ନୌକାଟି ଜଳ ମଝିରେ5

ଜଳ ମଗ୍ନ ହେଲା

ଜୀବନ ବଞ୍ଚାଇବାକୁ ଯେ ଯାହା ବାଟେ

ଲମ୍ପ ପ୍ରଦାନ କଲେ,

ଜଳ ମଧ୍ୟରେ କିଛି ଘଣ୍ଟାର

ସଂଘର୍ଷ ପରେ

ଏକ ଉଦ୍ଧାରକାରୀ ଦଳ

ଅକସ୍ମାତ୍ ଇତଃ ସ୍ତତଃ ଖୋଜି

ସମସ୍ତଙ୍କୁ ଅକ୍ଷତ ଅବସ୍ଥାରେ

ଉଦ୍ଧାର କଲେ,

ସେଥିରେ ମୁଁ ମଧ୍ୟ ଯାତ୍ରୀ ଟିଏ ଥିଲି

ସେହି ଦିନ ଠାରୁ

ଜଳପଥ ଯାତ୍ରା ମନରେ

ଭୟ ସଂଚାର କରି

ସତର୍କ କରାଇ ଦେଉଛି

ତା ପର ଠାରୁ ଇଶ୍ୱରଙ୍କ ପ୍ରତି

ବିଶ୍ୱାସ ପ୍ରବଳରୁ ପ୍ରବଳତର ହୋଇ

ଆଧ୍ୟାତ୍ମିକ ପଥେ ଚଳିବା ପାଇଁ

ପ୍ରେରଣା ଯୋଗାଇଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror