STORYMIRROR

Prasanta Bhunya

Inspirational

3  

Prasanta Bhunya

Inspirational

ଅକିଞ୍ଚନ

ଅକିଞ୍ଚନ

1 min
12.9K


 ସେରକ ପୂରେନି ନପୂରେ ମାଣକ

ପୁତ ଉଠିବକି ଆଉ।

ଆଧୁନିକ ହାଟେ ଗାଉଁଳି ହଜଇ

ଦାରୁଣ ଦୁନିଆ ଦାଉ॥

ବହି ଯାଉଅଛି ରକତର ଧାର

ସମୟର ସୁଅ ତଳେ।

ମୁଣ୍ଡ ଝାଳ ତୁଣ୍ଡେ ମାରିବା ହିଁ ସାର

ହୋଇଛି କରମ ଫଳେ॥

ଦୀପ ହୋଇ ଜଳେ ଗରିବୀ ତେଲରେ

ତୁଣ୍ଡେ ଅନ୍ନଜ୍ୟୋତି ଦେଇ ।

ରାଷ୍ଟ୍ରକୁ ବଢାଏ ସମୃଦ୍ଧି ପଥରେ

ଆପଣା ପିଠିରେ ଥୋଇ॥

-ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational