STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଅକାଳ ମୃତ୍ୟୁ

ଅକାଳ ମୃତ୍ୟୁ

1 min
325



ଅବାଧ ଗତିରେ ଅଗତ୍ୟା ଆସଇ

ଅକାଳ ମୃତ୍ୟୁ ତା ନାଆଁ ।

ଦେଶ କାଳ ପାତ୍ର କିଛି ସେ ନମାନେ

ଆଗେ ଆସି ହୁଏ ଠିଆ  ।୧।

ବୁଝିବା ଶୁଝିବା କରିବ ବା କିଏ

ବେଳ କାଳ ନମିଳଇ ।

ବୁଝାଶୁଝା କିଛି କରିବା ଆଗରୁ

ଯମ ପରାଣ ନିଅଇ ।୨।

ଅକାଳ ମୃତ୍ୟୁ ସେ କେତେ ପରକାର

ଭିନ୍ନ ଭିନ୍ନ ରୂପ ତାର ।

ଯେତେ ରୂପ ଧରି ଆସି ଉଭା ହେଉ

ରୂପ ତାର ଭୟଙ୍କର ।୩।

ଲୋକକ୍ଷୟ ପାଇଁ ଆସଇ ଏ ମୃତ୍ୟୁ

ମହାକାଳ ରୂପ ତାର ।

ତା ସମକ୍ଷେ ଯିଏ ପଡିଲା ସେ ଗଲା

ନିଶ୍ଚେ ସଞ୍ଜିବନୀ ପୁର ।୪।

ସଂଯମ ସତର୍କତା ସାବଧାନତା

କରିଲେ ଅବଲମ୍ବନ ।

ବେଳେ ବେଳେ ରକ୍ଷା ହୋଇବ

ନହେବ ଅକାଳେ କେବେ ମରଣ ।୫।

ନିଜେ ଆଚରଣ କର ଅନୁକ୍ଷଣ

ଏ ସବୁ ନିୟମ ମାନ ।

ଆନକୁ ପ୍ରବୃତ୍ତ କରାଅ ଏଥିରେ

ସୁରକ୍ଷା ହେବ ଜୀବନ ।୬।


Rate this content
Log in

Similar oriya poem from Inspirational