STORYMIRROR

Ranjan Kumar

Abstract

3  

Ranjan Kumar

Abstract

ଅଜବ ସହର

ଅଜବ ସହର

1 min
291

ହଁ ... ଏକ ଅଜବ ସହର ଏ 

ମୁଁ ବି ବାଟ ଭୁଲି ଯାଇଥିଲି ଗତ କାଲି...!

ନିଜର ଅସ୍ତିତ୍ଵକୁ ଖୋଜୁ ଖୋଜୁ ନିଜେ ହଜି ଯାଇଥିଲି ଗତ କାଲି...!


ଏ କଂକ୍ରିଟ ଜଙ୍ଗଲର ମେଞ୍ଚା ମେଞ୍ଚା ଅବିଶ୍ଵାସର ପାହାଡ଼ ଭିତରେ

ନିଜର ଅନୁସନ୍ଧାନରେ ବାହାରିଥିଲି ମୁଁ 

କେହିବି ଅଟକାଇ ନଥିଲେ ସେତେବେଳେ

ଯଦିଓ, ମୁଁ ନିଜକୁ ପାଇଲା ବେଳକୁ

 ନିଜଠି ଅନେକ ଥର ହଜେଇ ସାରିଥିଲି...!


ଅବଶ୍ୟ, କେହି ଜଣେ ପଚାରି ଥିଲେ

କାହାକୁ ଖୋଜୁଛ ?

ମୁଁ କହିଥିଲି ନିଜକୁ !!!

ପାଗଳ କହି ଚାଲି ଯାଇଥିଲେ ସେ ଦୂରକୁ

 ମୁଁ କିନ୍ତୁ ଚୁପ୍ ଥିଲି....

କାରଣ, ସେ ବା କାହୁଁ ବୁଝିବେ

ମୁଁ, ଆଜିବି ଖୋଜୁଛି ନିଜକୁ ଏ ଅବିଶ୍ବାସର ସହରରେ.....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract