STORYMIRROR

Ranjan Kumar

Romance

3  

Ranjan Kumar

Romance

ପ୍ରିୟତମା

ପ୍ରିୟତମା

1 min
209

ବୟସ ର ଅପରାହ୍ନେ

ବସି ଏକା ଏକା

ଭାବୁଥିଲି ତୁମ କଥା !

ସେଦିନର ତୁମ ସାଥେ

ସେ ପ୍ରଥମ ଦେଖା


ଷୋଡ଼ଶ ଯୌବନା ଆଗୋ

ଆଗୋ ରାଜ ହଂସି

ଚାଲୁ ଥିଲ ଥିରି ଥିରି

ରଖି କାଖରେ କଳସୀ


ଲାଜୁଆ ଆଖିରେ ଥିଲା

ସ୍ଵପ୍ନ ଅସୁମାରୀ

ପ୍ରଥମ ଦେଖାରେ ମନ

କରି ଥିଲ ଚୋରି


କଥା ରଖି ଆସିଥିଲ

ପ୍ରାଣ ପ୍ରିୟା ମୋର

ଉପହାରେ ଦେଇଥିଲି

ଗଜରାର ହାର


ମନେ ପଡେ ଆଜି ସେହି

ଜୋଛନାର ରାତି

କହି ଥିଲ କାନେ ମୋର

ଦେଇ କି ପାରିବ ସାଥି

ମୁଠାଏ ସପନ ଆଉ ଆଞ୍ଜୁଳା

ଏ ପ୍ରୀତି



ହାତ ଧରି କଥା ଦେଲି

ପ୍ରିୟତମା ମୋର

ସାକ୍ଷୀ ଅଛି ନଈ ପଠା

କାଶତଣ୍ଡି ଫୁଲ

ତୁମ ପ୍ରେମ ମୋ ପାଇଁ

ଅମୂଲ ର ମୁଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance