STORYMIRROR

Ranjan Kumar

Others

3  

Ranjan Kumar

Others

ମା

ମା

1 min
143

ମା ଓ ମାଟିର ଯହିଁ ନାହିଁ ସମ୍ମାନ

ଉପାସନାରେ ତୋର କିବା ପ୍ରୟୋଜନ

ନାରୀ ଯହିଁ ସାଜିଛି ବିଳାସ ବସନ

ଷୋଡ଼ଶ ଉପଚାରରେ ମା କିବା ପ୍ରୟୋଜନ

କେତେ ଯେ ରାବଣ କେତେ ଯେ ମହିଷା

ବୁଲୁଛନ୍ତି ଧରା ଧାମେ ଧର୍ମକୁ ଛାଡି

ଅଧର୍ମ ଆବୁରି ଲିପ୍ତ ସର୍ବେ କୁକର୍ମରେ

ପାଖଣ୍ଡି ସାଜିଛି ଏବେ ଧର୍ମ ଠିକାଦାର

ଜନ୍ମଦାତ‌୍ରୀ ବୁଲେ ତାର ବାର ଦୁଆର

ନାରୀ ଆଖି ଲୁହ ମନରେ କୋହ

ନାରୀ ଜାତିର ଯହିଁ ନାହିଁ ସମ୍ମାନ

କହ ମା କହ ଥରେ 

ଏହି ପାର୍ବଣର କିବା ପ୍ରୟୋଜନ

ହୃଦୟ କାନ୍ଦୁଛି ଆତ୍ମାକୁ ବାଧୁଛି

କହିବି କାହା ଆଗେ ଯାଇ

ମାଗୋ ଦଶଭୁଜା ତୁହି ମା ବିରଜା

ମହିଷା ମର୍ଦ୍ଧୀନି ମା

ଖଡ୍ଗ ତ୍ରିଶୂଳ ତୋ ହସ୍ତେ 

ଯେତେ ଜେ ବଇରୀ ଅଛନ୍ତି ସବୁରି

ଶିର ଚ୍ଛେଦ ନିଜ ହସ୍ତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍