STORYMIRROR

Ranjan Kumar

Others

3  

Ranjan Kumar

Others

ଆଞ୍ଜୁଳା ଏ ସ୍ଵପ୍ନ

ଆଞ୍ଜୁଳା ଏ ସ୍ଵପ୍ନ

1 min
118

‌

ଆଞ୍ଜୁଳା ଏ ସ୍ଵପ୍ନ ଆଣିଛି ପ୍ରଭୁ ହେ

ମନ ଅଗଣାରୁ ମୋର

ତୁମ ପାଦପଦ୍ମେ ସମର୍ପି ନିଜକୁ

ହେବି ଭବ ସାଗରରୁ ପାର ।।

ସୁଖ ଅବା ଦୁଃଖ ଯାହାବି ଦେଇଛ

ନେଇଛି ମୁଁ ହସି ହସି

ଚକା ଆଖି ମେଲି ସବୁତ ଦେଖୁଛ

ରତ୍ନସିଂହାସନ ବସି ।।

ମାଗିବି କି ଅବା ଜାଚିତ ଦେଇଛ

ପରମାତ୍ମା ପରାତ୍ପର

ଆର୍ଶୀବାଦ ତୁମ ସଦା ରହିଥାଉ

ଏତିକି ମାଗୁଣି ମୋର ।।

ହେ ଜଗମୋହନ ଭକ୍ତ ପ୍ରାଣ ଧନ

ମହାବାହୁ ,ଏତିକି କରୁଣା ହେଉ

ଦୁଃଖୀ ଦରିଦ୍ରର ସେବା କରୁ କରୁ

ପ୍ରାଣ ପକ୍ଷୀ ଉଡ଼ି ଯାଉ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍