STORYMIRROR

Ranjan Kumar

Tragedy

3  

Ranjan Kumar

Tragedy

ଧନ ମଣି

ଧନ ମଣି

1 min
450

ସେକାଳ ସକାଳ ନାହିଁ ଧନ ମଣି

           ସେକାଳ ପଖାଳ ନାହିଁ

ଚଷା ପୁଅ ଏବେ ଚାଷ ହୁଡି ଲାଣି 

           ବିପିଏଲ ଚାଉଳ ପାଇଁ ।


ପାଠ ପଢି ମୋର ସ୍ଵାଭିମାନୀ ପୁଅ 

            ଯାଏ ତ ଦାଦନ ଖଟି

ଅପାଠୁଆ ଯେତେ କୁଜି ନେତାମାନେ

              ନୀଇତି ମାଗନ୍ତି ବଟି ।


ପ୍ରତିଷ୍ପର୍ଦ୍ଧା ଏଠି ଚାଲୁଅଛି ଭାଇ

          ଗରିବ ତ ହବା ପାଇଁ

ସରକାରୀ କାଗଜେ ନିଜ ନାଁ ଲେଖି 

          ମାଗଣା ଖାଇବା ପାଇଁ ।


କୁନ୍ଦୁଲି , ବେବିନା କେତେ ଯେ ଭଉଣୀ

               ହୁଏ ଆଜି ହନ୍ତ ସନ୍ଥ

ଗଣତନ୍ତ୍ର ର ଏକି ସ୍ବାଧୀନତା

             କେବେ ହେବ ୟାର ଅନ୍ତ ।


ଭାରି ସ୍ଵାଭିମାନୀ କେତେ ସ୍ୱାବଲମ୍ବୀ

             ଥିଲା ସେ ଓଡ଼ିଆ ପୁଅ

ସରକାରୀ ଯୋଜନା ଅଳସୁଆ କଲା

             ଏବେ ତ ବୁଝିବା ହୁଅ ।

             

           


Rate this content
Log in

Similar oriya poem from Tragedy