STORYMIRROR

Ranjan Kumar

Others

3  

Ranjan Kumar

Others

ଫେରି ଆସ ଧର୍ମପଦ.....

ଫେରି ଆସ ଧର୍ମପଦ.....

1 min
428

ଫେରି ଆସ ଧର୍ମପଦ 

        ଗଢିବା ନୂଆ ଏକ କୋଣାର୍କ ।

ଯହିଁ ହେବ ରୂପ ସୌନ୍ଦଯ୍ୟ ର 

                ନୂଆ ଅଭିଷେକ ।

ଆଜି ନାହିଁ ଲାଙ୍ଗୁଳା ନା ତାର

              କଠୋର ଆଦେଶ । 

ଫେରି ଆସ ଧର୍ମପଦ

        ଗଢିବା ନୂଆ ଏକ କୋଣାର୍କ ।।


ଆସି ଥରେ ଦେଖି ଯାଅ ଧର୍ମପଦ 

          ତୁମର ସ୍ୱପ୍ନ ର କୋଣାର୍କ 

ଜର୍ଜରିତ ଆଜି ତାର ମୁଖଶାଳା 

             ନାହିଁ ତାର ଭେକ 

ଉତ୍କଳର ମାନ ଅଭିମାନ 

          ସ୍ୱାଭିମାନର ଥିଲା ଏ ପ୍ରତୀକ ।

ଦେଇ ଥିଲ ଯାହା ପାଇଁ ଆତ୍ମହୁତି 

             ରଖିବାକୁ ଏ ଜାତିର ଟେକ ।

ଆସି ଥରେ ଦେଖି ଯାଅ

              ତୁମର ସ୍ୱପ୍ନର କୋଣାର୍କ ।


ସୁପ୍ତ ପ୍ରାୟ ଆଜି ଏ ଉତ୍କଳ, 

          ପଥଭ୍ରଷ୍ଟ ତା ଯୁବ ସମାଜ। 

କହି ଦେଇ ଯାଅ ଥରେ ଉତ୍କଳ ର ଗାଥା

            ଭୁଲି ଯାଇଛି ସମାଜ ।

କଳୁଷିତ ଆଜି ଏ ମଣିଷ 

          ମନେ ଭରି ହଳା ହଳ ବିଷ

ସୌନ୍ଦର୍ଯ୍ୟ ର ପ୍ରତୀକ ପ୍ରକୃତି କୁ 

                 କରିଛି ଆବେଷ ।।


                    


କାହିଁ ଲୁଚିଗଲ ହେ ଧର୍ମପଦ କାଳର କରାଳେ

       ଫେରି ଆସ ଚନ୍ଦ୍ରଭାଗାର ବୁକୁ ଚିରି

ଆସି ବଜାଇ ଦେଇ ଯାଅ ଥରେ ଯୁଦ୍ଧର ଭେରୀ

           ଜାଗି ଉଠୁ ଉତ୍କଳ ସନ୍ତାନ

ମନେ ପକାଇ ଦିଅ ଥରେ ସେ କେତେ ମହାନ।।


   


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍