Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ଐକ୍ୟ ଆମର ଧର୍ମ

ଐକ୍ୟ ଆମର ଧର୍ମ

1 min
186



ବୈଷମ୍ୟରେ ସାମ୍ୟ, ଐକ୍ୟ ଆମର ଧର୍ମ

ସତ୍ୟ ଶାନ୍ତି ଦୟା କ୍ଷମା ଆମରି କାମ୍ୟ ।   


 ସବୁରି ସାଥିରେ ଆମେ ସବୁରି ହିତେ

 ବିଶ୍ବ ଝୁମେ ଆଜି ଆମ ଅହି°ସା ଗୀତେ ।    

  ବନ୍ଧୁକ ନୁହେଁ ବନ୍ଧୁ ପଣରେ ଜଗତ

  ଜିତି ଆମେ ବାହୁଛୁ ଶାନ୍ତି ର ବୋଇତ ।   

  ଯୁଦ୍ଧ ନୁହେଁ ବୁଦ୍ଧ ଆଉ ବାପୁଙ୍କ ବାଣୀ

  ବଇରୀ ହୃଦୟ ଆମ ପାରିଛି ଜିଣି । 

 ସବୁଓଠେ ଝଟକୁ ହସ, ସ୍ବପ୍ନ ଆମ

ବୈଷମ୍ୟରେ ସାମ୍ୟ, ଐକ୍ୟ ଆମର ଧର୍ମ ।


  ଭୋଗନୁହେଁ ଯୋଗରେତ ବିଶ୍ୱାସ ଆମ

  ଆମକୁ ସମାନ ଗୀତା କୋରାନ ମର୍ମ ।

 ଏକ ସ°ବିଧାନ ଆମ ଏକ ନିଶାନ୍

ମାଟିତ ମହାନ ଆମ ପାଣି ମହାନ।

 ଲାଲକିଲା ଠାରୁ ଲାଲଚଉକ ଯାଏ

ଉଛୁଳେ ତ୍ରିରଙ୍ଗା ଆଜି ମନକୁ ମୋହେ ।

ମନ୍ତ୍ର ଆମ ତନ୍ତ୍ର ଆମ ସ୍ବଦେଶ ପ୍ରେମ

ବୈଷମ୍ୟରେ ସାମ୍ୟ, ଐକ୍ୟ ଆମର ଧର୍ମ ।



Rate this content
Log in

Similar oriya poem from Inspirational