STORYMIRROR

Sunanda Mohanty

Abstract Fantasy Thriller

4  

Sunanda Mohanty

Abstract Fantasy Thriller

ଅହଙ୍କାର

ଅହଙ୍କାର

1 min
1.0K

ଅହଙ୍କାର ଅଟେ ତାମସିକ ଗୁଣ ମାନସିକ ସ୍ତରେ 

ବିପଦ ଡାକିଆଣେ ପରସ୍ତେ ଜାଣନ୍ତିନି ନରେ 

କେତେ ମାନି ମହାମାନୀ ଚୁର୍ଣ୍ଣ ତାଙ୍କ ଅହଙ୍କାରେ 

କୁହ ରାମାୟଣ ପଢ଼ ମହାଭାରତ ଚରିତ୍ର ସବୁରେ 

ହେଉସେ ରାବଣ ହେଉ ଦୁର୍ଯ୍ୟୋଧନ ଚରିତ୍ରରେ ।


ତୁଚ୍ଛା ଅହଙ୍କାର କରି ଏହି ନର ଜାଣେନା ଦି ଦିନ ପାଇଁ 

ଆଜି ଅଛି କାଲି ଥିବ କି ନଥିବ ଜାଣିପାରୁ ନାହିଁ 

କାହା ଅହଙ୍କାର ସହନ୍ତିନି ଠାକୁର ଜଗତ ସାଇଁ 

କିଏ କହେ ଘୋଡେଇ ଭାଗ୍ୟଫଳ ପରା ଏହି କହି 

ମଣିଷ ଭିତରେ ମଣିଷପଣିଆ ରଖି ଯିବା ବଡ଼ ହୋଇ  ।


ଆତ୍ମବଡ଼ିମା ଦେଖାଇବା ବୋଲାଏ ବୋଧହୁଏ ଅହଙ୍କାର 

ସୁଗୁଣ ଆଦରି ଦୁର୍ଗୁଣ ଦୁରେଇ ପରମାର୍ଥଙ୍କୁ ଭଜ ନର 

ଓଁ ରୁ ଆରମ୍ଭ ଓଁ ରୁ ବିଲୀନ ଏ ନଶ୍ୱର ଦେହ ଛାର 

ଈଶ୍ୱର ନେବେ ନଶ୍ୱର ଦେହ ବୃଥା ଖାଲି ଅହଙ୍କାର 

ଆପଣେଇ ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରିତୀ ରହିବନି ହାହାକାର ।


ସବୁରି ଭିତରେ ଭରି ରହିଅଛି କେତେ ଯେ ଜ୍ଞାନ ଗୁଣ 

ଅହଙ୍କାରେ ଜାଳି ନଦେଇ ପରପିଢ଼ିଙ୍କୁ ଦିଅ ଆପଣାପଣ 

ଶୁଦ୍ଧ କର ଆଗେ ନିଜ ବ୍ୟବହାର ଆଚରଣ ଉଚ୍ଚାରଣ 

ଏ ମର୍ତ୍ତ୍ୟ ମଣ୍ଡଳେ ଅହଙ୍କାର କରି ଅରଜିବ କେଉଁ ଯଶଗୁଣ 

ସଭିଙ୍କ ଅନ୍ତର ସମାନ ସର୍ବେ ଭାବନ୍ତୁ ସୁଖୀନ ବାତାବରଣ ।


ଦେବତା ହେଲେବି ମଣିଷ ଜନମି ଦେଇଛନ୍ତି ଯେଉଁ ଶିକ୍ଷା 

ସେ ମହିମା ମହତ୍ୱ ଆଦରି ସର୍ବେ ନାଶିବା ଅରାଜକତା ଅଶିକ୍ଷା 

ଅହଙ୍କାର ପାଇଁ ସ୍ବର୍ଣ୍ଣ ଲଙ୍କା ଛାରଖାର ସୁର୍ପଣଖାର କୁ ଶିକ୍ଷା 

ମୋର ମୋର ମୋହ ଦୁରେଇ ମୁଁତ୍ବ ହଟେଇ ଦେଇଯିବା ଦୀକ୍ଷା 

ଅହଙ୍କାର ପରିତ୍ୟାଗ କରିଲେ ମହୀରେ ଭଗବାନ ଦେବେ ଦେଖା ।


Rate this content
Log in

Similar oriya poem from Abstract