STORYMIRROR

Sarojini Mishra

Abstract Inspirational

4  

Sarojini Mishra

Abstract Inspirational

ଅହଙ୍କାର

ଅହଙ୍କାର

1 min
291


ଗର୍ବ ଅହଙ୍କାର ଏମିତି ପ୍ରବୃତ୍ତି

ଯଦି ଜୀବନକୁ ଘେରେ

ତା କଳା ଧୂଆଁରେ ସତ୍ୟର ପ୍ରକାଶ

ଧୂମାଳିଆ ହୋଇଯାଏ ।


ଗର୍ବ ଅହଙ୍କାର ଏମିତି ପ୍ରବୃତ୍ତି

ମଣିଷକୁ ଯଦି ଘେରେ

ପାଟିରୁ ତାହାର ଯେତେ ଅପଶବ୍ଦ

ଧିକ୍କାର ହୋଇ ବାହାରେ ।


ଗର୍ବ ଅହଙ୍କାର ଏମିତିକା ନିଶା

ଯଦି ମନେ ପଶି ଯାଏ

ଲୁପ୍ତ ହୋଇଯାଏ ଯେତେ ସୁଚିନ୍ତନ

ଖାଲି ଅନ୍ଧକାର ଦିଶେ ।


ଗର୍ବ ଅହଙ୍କାର ଏମିତିକା ଶବ୍ଦ

ଯଦି ହୃଦୟକୁ ଛୁଏଁ

ପ୍ରେମର ପ୍ଳାବନେ ଭଟ୍ଟା ପଡିଯାଏ

ସବୁ ରଙ୍ଗ ହରା ହୁଏ ।


ଗର୍ବ ଅହଙ୍କାର ବଡ଼ ଶାଗୁଣାଟେ

ଯଦି ଡେଣା ମେଲି ବସେ

ଖିନ୍ ଭିନ୍‌ କରି ମଣିଷ ଭିତରୁ

ଭଲ ସବୁ ଲୁଣ୍ଠି ନିଏ ।


ଅହଙ୍କାରେ ଜୀବ ବୁଝି ପାରେ ନାହିଁ

ନିଜର କି କ୍ଷତି ହୁଏ

ଅନ୍ୟକୁ ଯନ୍ତ୍ରଣା ଦେବାର ପ୍ରୟାସେ 

ନିଜକୁ ଡୁବାଇ ଦିଏ ।


ଅହଙ୍କାରୀ ପାଇଁ ସମୟ ବି ଆସେ

ପଶ୍ଚାତାପ କରିବାର

ହେଲେ ସେତେ ବେଳେ କିଛି ବି ନ ଥାଏ

ଥାଏ ଖାଲି ଯେ ମୁର୍ଦ୍ଦାର ।


ବହିଗଲା ପାଣି ପଛକୁ ଫେରେନି

ଏତ ପାଣିର ନିୟମ

ଗର୍ବ, ଅହଙ୍କାରେ ଯାହା କ୍ଷତି ହୁଏ

ତା ରହେ ଅପୁରଣୀୟ ।


ଆସ ହୃଦୟରେ ମାନବିକତାର

ଦୀପ ଟିଏ ଜାଳି ଦେବା

ଦୀପର ଆଲୋକେ ହୃଦୟକୁ ଆମେ

ପ୍ରେମ ମୟ କରିଦେବା ।


   


साहित्याला गुण द्या
लॉग इन

Similar oriya poem from Abstract